କଟକ-ଭୁବନେଶ୍ୱରରେ ୧୪୪ ଧାରା ଲାଗୁ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ହୁ ହୁ ହୋଇ ବଢିବାରେ ଲାଗିଛି ମହାମାରୀ କରେନା । ତେବେ ତାକୁ ଆଖି ଆଗରେ ରଖି ରାଜ୍ୟ ସରକାର ରାଜ୍ୟରେ ଆଜିଠାରୁ ନାଇଟ୍‌ କର୍ଫ୍ୟୁ ଆରମ୍ଭ କରିଛ‌ନ୍ତି । ରାତ୍ରିକାଳୀନ କର୍ଫ୍ୟୁ ସମୟରେ କଟକ, ଭୁବନେଶ୍ୱରରେ ରାତି ୯ରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ । ଏ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ୧୪୪ ଧାରା ଲାଗୁ ହୋଇଥିବାରୁ ବାହାରେ ବୁଲିବାକୁ କଡ଼ା ବାରଣ କରାଯାଇଛି । ଏହାର ଉଲ୍ଲେଂଘନ କଲେ ଅମାନିଆଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.