୫ଟି ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକର କନଫରେନ୍ସ ହଲରେ ଭିଡିଓ କନଫରେନ୍‌ସିଙ୍ଗ ମାଧ୍ୟମ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ୫ଟି ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ୟ୍ୟକ୍ରମର ସିଧାସଳଖ କଥାବାର୍ତ୍ତା ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ୫ଟି ସଚିବ କାର୍ତ୍ତିକେୟ ପାଣ୍ଡିଆନ ବିଦ୍ୟାଳୟ ମାନଙ୍କର ଆଲୁମୁନି, ପରିଚାଳନା କମିଟିର ସଦସ୍ୟ, ଅଭିଭାବକ, ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । କନଫରେନ୍ସ ହଲରେ ବିଡ଼ିଓ ମନୋରଞ୍ଜନ ପାଣିଗ୍ରାହୀ, ବ୍ଳକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ, ବୈଷୟିକ ପରାମର୍ଶ ଦାତା ଚିତ୍ତରଞ୍ଜନ ବେହେରା, ଶିକ୍ଷକ ଅଶୋକ କୁମାର ତରିଆ, ରାଜେଶ କୁମାର ସିଂଦେଓ, ବିରଞ୍ଚି ନାରାୟଣ ଦାଶ, ଜଳନ୍ଧର ମହାକୁଡ଼, ପ୍ରେମରାଜ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମରେ ସରକାର ଉଚ୍ଚ ବିଦ୍ୟାଳୟ, ତୁରେକେଲା ଓ ବାଳିକା ଉଚ୍ଚ ବିଦ୍ୟାଳୟ, କଣ୍ଟାବାଞ୍ଜିକୁ ସାମିଲ କରିଥିବାରୁ ବୁଦ୍ଧିଜୀବୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଯୋଜନାରେ ସରକାରଙ୍କ ପକ୍ଷରୁ ପ୍ରତି ବିଦ୍ୟାଳୟକୁ ଏକ କୋଟି ପଚାଶ ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ କ୍ଳାସରୁମ୍‌, ବି‌ଜ୍ଞାନ ଲେବୋରେଟୋରୀ, କମ୍ପ୍ୟୁଟର ହଲ ଭଳି ଆଧୁନିକିକରଣ କରାଯିବ, ଯାହାକି ଶିକ୍ଷାର୍ଥୀ ମାନଙ୍କୁ ପାଠ ପଢା ପ୍ରତି ଆକୃଷ୍ଟ କରିପାରିବ ।

Leave A Reply

Your email address will not be published.