ରାଜ୍ୟରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୯ : ଶୀର୍ଷରେ ସୁନ୍ଦରଗଡ଼

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୯୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୩୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୫୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୫, ବାଲେଶ୍ୱରରୁ ୮୩, ବରଗଡ଼ରୁ ୧୨୬, ଭଦ୍ରକରୁ ୩୪, ବଲାଙ୍ଗିରରୁ ୧୧୦, ବୌଦ୍ଧରୁ ୧୦, କଟକରୁ ୨୦୮, ଦେବଗଡ଼ରୁ ୨୩, ଢେ଼ଙ୍କାନାଳରୁ ୨୧, ଗଜପତିରୁ ୧୫, ଗଂଜାମରୁ ୬୩, ଜଗତସିଂହପୁରରୁ ୨୪, ଯାଜପୁରରୁ ୫୧, ଝାରସୁଗୁଡ଼ାରୁ ୮୪, କଳାହାଣ୍ଡିରୁ ୨୬୦, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୧୧, କେଉଁଝରରୁ ୭୭, ଖୋର୍ଦ୍ଧାରୁ ୪୩୮, କୋରାପୁଟରୁ ୧୪, ମାଲକାନଗିରରୁ ୨, ମୟୁରଭଂଜରୁ ୩୮, ନବରଂଗପୁରରୁ ୪୩, ନୟାଗଡ଼ରୁ ୧୨, ନୂଆପଡ଼ାରୁ ୧୫୧, ପୁରୀରୁ ୧୧୨, ରାୟଗଡ଼ାରୁ ୨୭, ସମ୍ବଲପୁରରୁ ୧୪୮, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୬୩୧ ଓ ଷ୍ଟେଟ ପୁଲ୍‌ରୁ ୯୪ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୫୮୩୪୨ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୧୭୩୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୨୧ ରହିଛି ।

Leave A Reply

Your email address will not be published.