ଭାରତୀୟ କିଷାନ ସଂଘର ଦେଓଗାଁ ବ୍ଲକ ସଭାପତି ଦେବେନ୍ଦ୍ର ପୁରୋହିତଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଭାରତୀୟ କିଷାନ ସଂଘର ଦେଓଗାଁ ବ୍ଲକ ସଭାପତି ଦେବେନ୍ଦ୍ର ପୁରୋହିତଙ୍କ ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି । ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ । ସେ ଅଞ୍ଚଳରେ ଜଣେ ପରୋପକାରୀ, ଯୁବ ସମାସେବୀ ଭାବରେ ପରିଚିତ ଥିଲେ । ଦେଓଗାଁ ବ୍ଲକର କୁତୁର୍ଲା ଗାଁର ସୋନଗୋଡ଼ ନଦୀ କୂଳରେ ତାଙ୍କର ଶେଷକୃତ ସମ୍ପୂର୍ଣ୍ଣ ହୋଇଥିଲା । ପୁଅ ପ୍ରତୀକ ପୁରୋହିତ ମଖାଗ୍ନି ଦେଇଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.