ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶମୌଜାର ବହୁ ଧାର୍ମିକ ପୀଠରେ ହନୁମାନ ଚାଳିଶା ପାଠ

କଟକ, (କେପିଏନ୍‌ଏସ୍‌) : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ପବିତ୍ର ପଣାସଂକ୍ରାନ୍ତି ଓ ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ ବୟାଳିଶମୌଜା ଉପକଣ୍ଠ କଳପଡା ପଂଚାୟତର କଦମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣ, କୂଳସରିଚୁଆଁ ପଂଚାୟତର ନୀଳକଣ୍ଠନାଥ ମନ୍ଦିର, ବେଣ୍ଟକାର ପଂଚାୟତର କଣ୍ଟୁଣିଆ ବୈଷ୍ଣବବାଗସ୍ଥିତ ଦ୍ଵାରିକାନାଥପୀଠ ଆଦି ବହୁ ଧାର୍ମିକ ସ୍ଥାନରେ ପବନସୁତ ହନୁମାନକଂର ଜୟନ୍ତୀ ପାଳନ, ହନୁମାନ ଚାଳିଶା ପାଠ ଏବଂ ପଣାଭୋଗର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଧାର୍ମିକ କାର୍ୟ୍ୟରେ ପରିଷଦର କାର୍ୟ୍ୟକର୍ତା ଓ ସ୍ଥାନୀୟ ଶ୍ରଦ୍ଧାଳୁବର୍ଗ ଉପସ୍ଥିତରହି ହନୁମାନ ଚାଳିସା ପାଠ କରିବାସହ ପ୍ରସାଦ ସେବନ କରିଥିଲେ । ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ପବିତ୍ର ପଣାସଂକ୍ରାନ୍ତି, ରାଷ୍ଟ୍ରୀୟ ନବବର୍ଷ ପାଳନ ଏବଂ ବାବା ସାହେବ ଆମ୍ବେଦକର ୧୩୦ତମ ଜୟନ୍ତୀ ଅବସରରେ ସଦରବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାସହ କରୋନା କଟକଣା ପାଳନ ପୂର୍ବକ ପ୍ରତିରୋଧ ହିଁ ପ୍ରତିକାର ବ୍ୟବସ୍ଥା ଅପଣାଇ ସୁସ୍ଥ ରହିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.