jsm

ଦୁଇ ଯୁବ ପୋଲିସ କର୍ମଚାରୀ‌ଙ୍କ ପ୍ରଶଂସନୀୟ ପଦକ୍ଷେପ

csstore

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜିର ତାରିଖରେ ଲୋକେ ନିଜ ସ୍ୱାର୍ଥ ପାଇଁ କାମ କରୁଥିବା ବେଳେ ଏମିତି କିଛି ଲୋକ ପରସେବାରେ ମସଗୁଲ୍‌ ଅଛନ୍ତି । ଏମିତି ଏକ କାମ କରିଥିବା ଯୁବ ପୋଲିସ ଦ୍ୱୟ ହେଉଛନ୍ତି ବଲାଙ୍ଗିର ରିଜର୍ଭ ପୋଲିସରେ କାର୍ୟ୍ୟରତ ରୁକ୍ମଣ ବିଶ୍ବାଲ ଏବଂ ହୃଦାନନ୍ଦ ସାହୁ । ରୁକ୍ମଣ ନିଶାରେ କବିତା ଲେଖନ୍ତି ଏବଂ ହୃଦାନନ୍ଦ ପରସେବାରେ ବ୍ରତୀ ।
ବଲାଙ୍ଗୀର ପୋଲିସ ବିଭାଗରେ ସିପାହୀ ରୂପେ କାର୍ୟ୍ୟ କରୁଥିବା ରୁକ୍ମଣ ବିଶ୍ବାଲ ଏବଂ ହ୍ରୁଦାନନ୍ଦ ସାହୁ ପ୍ରାୟ ପ୍ରତିଦିନ ସକାଳୁ ମର୍ନିଙ୍ଗ୍ ୱାକ୍ ପାଇଁ ଯାଇଥାନ୍ତି । ଗତ ମାର୍ଚ୍ଚ ୨୪ ତାରିଖ ସକାଳ ୬.୩୦ ଟାରେ ମର୍ନିଙ୍ଗ୍ ୱାକ୍ ପାଇଁ ସ୍ଥାନୀୟ ବ୍ରଜଧାମ ଭିତରକୁ ଯାଉଥିବା ବେଳେ ଦିନେ ଦୁଇଦିନ ଆଗରୁ ଛୁଆ ଦେଇଥିବା ଛେଳି ସହିତ ୩ଟି ନବଜାତ ଛୁଆକୁ ଅତି ଶୋଚନୀୟ ଅବସ୍ଥାରେ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ ସେହି ଛେଳିଟି ମାଲିକଙ୍କ ଠାରୁ ଦୁଇ ଦିନ ଆଗରୁ ହଜି ଯାଇଥିଲା । ଉକ୍ତ ଛେଳିକୁ ଉଦ୍ଧାର କରି ମାଲିକଙ୍କ ଠିକଣା ପାଇବା ପର୍ୟ୍ୟନ୍ତ ବଲାଙ୍ଗିର ସ୍ଥିତ ‘ଗାଏଗଡା ନର୍ସରୀ’ର ୱାଚର୍ ଧର୍ମେନ୍ଦ୍ର ବାରିକଙ୍କ ଠାରେ ରଖିବାକୁ ଦୁହେଁ ଅନୁରୋଧ କରିଥିଲେ । ପରେ ମାଳିକଙ୍କ ଖବର ପାଇବା ପାଇଁ ରୁକ୍ମଣ ଏହି ଘଟଣାକୁ ନିଜ ଫେସବୁକ ଆକାଉଣ୍ଟରେ ଫଟୋ ସହିତ ଯୋଗାଯୋଗ ନମ୍ବର ମଧ୍ୟ ପୋଷ୍ଟ୍ କରିଥିଲେ । ଯାହା ଫଳରେ ମାଲିକ ବିଜାଖମନ ବାସିନ୍ଦା ବିଳମ୍ବ ତାଣ୍ଡିଙ୍କ ପାଖକୁ ଉକ୍ତ ଖବରଟି ପହଞ୍ଚି ପାରିଥିଲା ଏବଂ ରୁକ୍ମଣଙ୍କ ସହ ଯୋଗାଯୋଗ କରି ଗତ ୨୯ ମାର୍ଚ୍ଚରେ ହଜିଥିବା ଛେଳିକୁ ଫେରି ପାଇ ମାଲିକ ବିଳମ୍ବ ତାଣ୍ଡି ବହୁତ ଖୁସି ହୋଇଥିଲେ ଏବଂ ୱାଚର ଧର୍ମେନ୍ଦ୍ରଙ୍କ ସହ ଉଦ୍ଧାରକାରୀ ରୁକ୍ମଣ ଏବଂ ହ୍ରୁଦନନ୍ଦଙ୍କୁ ଅଜସ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ପୋଲିସ କର୍ମଚାରୀଙ୍କ ଏହି ପ୍ରଶଂସନୀୟ କାର୍ୟ୍ୟକୁ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

yuvodaya
Leave A Reply

Your email address will not be published.