jsm

ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହ : ଓଡିଶା ତଥା ଦେଶ ବିଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

csstore

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହରେ ମାନ୍ୟବର ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର, ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଥିବା ବେଳେ ଓଡ଼ିଶା ଦିବସ ଅବସରରେ ଓଡିଶା ତଥା ଦେଶ ବିଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଆମର ବରପୁତ୍ରମାନେ ଓଡିଆ ଜାତିର ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ଓଡିଶାର ଏକ ‌ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଅପ୍ରାଣ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ।

ଶାସନ ସଚିବ ଶ୍ରୀ ସିଂ ମାନ୍ୟବର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଦିବସ ବାର୍ତ୍ତା ପଢି ଶୁଣାଇଥିଲେ । ବିଭାଗ ପକ୍ଷରୁ ପ୍ରସ୍ତୁତ ତୁଙ୍ଗ ଶିଖରୀ ଚୁଳ ସଙ୍ଗୀତ ଆଧାରିତ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ପାଇଁ ଭିନ୍ନକ୍ଷମମାନଙ୍କୁ ରେଡକ୍ରସ୍ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ରାଜ୍ୟ ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

yuvodaya
Leave A Reply

Your email address will not be published.