ଛତ୍ରପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟର ନୂତନ ପ୍ରକଳ୍ପ ତୋରଣ ଓ କୋଠା ଉଦଘାଟିତ

ବ୍ର‌ହ୍ମପୁର, (କେ. ସତ୍ୟ ନାରାଣ ରେ‌ଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟର ନୂତନ ପ୍ରକଳ୍ପ ଯାହା ୧୮ ଲକ୍ଷ ୭୦ହଜାର ଟଙ୍କା ବ୍ୟୟରେ ନିର୍ମିତ ମୁଖ୍ୟ ପ୍ରବେଶ ପଥର ତୋରଣ ଓ ସ୍ୱତନ୍ତ୍ର କାର୍ୟ୍ୟାଳୟର ନବନିର୍ମିତ କୋଠା ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ କରକମଳରେ ଉନ୍ମୋଚିତ ହୋଇଛି । ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ, ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ, ବ୍ଲକ- ଉପାଧ୍ୟକ୍ଷ ଅମିତା ସାହୁଙ୍କ ସହ ସମସ୍ତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଛତ୍ରପୁର ବ୍ଳକ ସବୁ କ୍ଷେତ୍ରରେ ଅଗ୍ରଣୀ ଲାଭ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଁଟି ଥିଲେ । ଏହି ଅବସରରେ ଛତ୍ରପୁର ବିଧାୟକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.