jayashree

ତୁଷୁରା ଏଆରଷ୍ଟ୍ରିପକୁ ସଂପ୍ରସାରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦେଲେ କଳିକେଶ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସ୍ଥିତ ତୁଷୁରା ଏଆରଷ୍ଟ୍ରିପକୁ ସଂପ୍ରସାରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଦେଇ ଅନୁରୋଧ ଜଣାଇଛନ୍ତି ପୁର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ । ତୁଷୁରା ଏଆରଷ୍ଟ୍ରିପକୁ୍ ଉଡ଼ାନ ଯୋଜନାରେ ସାମିଲ କରିବା ସହ ଏହାର ଯଥାଶୀଘ୍ର ସଂପ୍ରସାରଣ କରି ଏଠାରେ ଫ୍ଲାଇଁ ସ୍କୁଲ ଆରମ୍ଭ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ସରକାରୀ ପାଇଲଟ ଟ୍ରେନିଂ ଅନୁଷ୍ଠାନ “ଗତି” ଡିଜିସିଏ ନିୟମାନୁସାରେ ଓଡିଶା ସରକାରଙ୍କ ସହିତ ତୁଷୁରା ଏଆରଷ୍ଟ୍ରିପ ଦ୍ୱିତୀୟ ବେସ୍‌ ରୁପେ ଗ୍ରହଣ କରିଥିଲା । ସେହି ମୁତାବକ ଏହି ଏଆରଷ୍ଟ୍ରିପର ଉନ୍ନତିକରଣ ପାଇଁ ହାରାହରି ୧୦କୋଟି ୬୫ଲକ୍ଷର ଏକ ଆକଳନ ପ୍ରସ୍ତୁତ କରାଯାଇଥିବା ବେଳେ ପ୍ରଥମ ପର୍ୟ୍ୟାୟରେ ରନ ୱେ ଓ ଅନ୍ୟାନ୍ୟ ନିର୍ମାଣ ପାଇଁ ୬ କୋଟି ୫୩ ଲକ୍ଷ ରାଶି ମଞ୍ଜୁର କରାଯାଇଥିଲ। ।

ଅହୁରି ଏହି ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କାର ରାଶି ବାକି ରହିଥିବା ଯୋଗୁଁ ଏଠାରେ ଫ୍ଲାଇଂ ସ୍କୁଲ ଆରମ୍ଭ ହୋଇ ପାରି ନାହିଁ ବୋଲି ଶ୍ରି ସିଂଦେଓ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟ ପକ୍ଷେ ଉଡାନ ଯୋଜନାରେ ସାମିଲ କରାଯାଇଥିବା ଅନ୍ୟାନ୍ୟ ଏଆରଷ୍ଟ୍ରିପ ଗୁଡିକ ଜମି ଅଧିଗ୍ରହଣ ଅଭାବରୁ ବିଫଳ ପ୍ରମାଣିତ ହେଉଥିବା ବେଳେ ତୁଷୁରା ଏଆରଷ୍ଟ୍ରିପରେ ଏହାର ସଂପ୍ରସାରଣ ପାଇଁ ପର୍ୟ୍ୟାପ୍ତ ଜମି ରହିଛି । ଯଦି ସରକାର ଏହାକୁ ଉଡାନ ଯୋଜନାରେ ସାମିଲ କରି ଏହାର ତୁରନ୍ତ ସଂପ୍ରସାରଣ କଲେ, ସ୍ଥାନୀୟ ଲୋକେ ବହୁ ମାତ୍ରାରେ ଉପକୃତ ହେବେ ବୋଲି ଶ୍ରି ସିଂଦେଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.