csstore

ଦେଓଗାଁ ତହସିଲରେ ନୂତନ ତହସିଲଦାର ଭାବେ ଯୋଗ ଦେଲେ ନାରାୟଣ ସାହୁ

ଦେଓଗାଁ, (ମନିଷ କୁମାର ସାହୁ): ଦେଓଗାଁ ତହସିଲରେ ନୂତନ ତହସିଲଦାର ଭାବେ ନାରାୟଣ ସାହୁ ଯୋଗ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଦେଓଗାଁ ତହସିଲଦାର ସୋନାଲି ପାତ୍ରଙ୍କୁ ମୁରିବାହାଲ ତହସିଲଦାର ଭାବେ ବଦଳି ହୋଇଥିବା ବେଳେ ମୁରିବାହାଲ ତହସିଲଦାର ଶ୍ରୀ ସାହୁଙ୍କୁ ଦେଓଗାଁ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି। ଅଞ୍ଚଳର ବିଭିନ୍ନ ମହଲରୁ ଶ୍ରୀ ସାହୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବା ସହ ଦେଓଗାଁ ତହସିଲ ଅଞ୍ଚଳରେ ସଠିକ୍ ଓ ନିଷ୍ଠାପର ଭାବେ ତାଙ୍କ କାର୍ୟ୍ୟ ଓ କର୍ତ୍ତବ୍ୟ ତୁଲାଇବେ ବୋଲି ଅଞ୍ଚଳର ଲୋକେ ଆଶା ରଖିଛନ୍ତି।

jayashree
Leave A Reply

Your email address will not be published.