jayashree

ବିଶ୍ୱ ମିତବ୍ୟୟିତା ଦିବସରେ ସାଇବର ଠକେଇରୁ ବର୍ତ୍ତିବା ପାଇଁ ସଚେତନତା

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭାଗୃହରେ ଅନୁଷ୍ଠିତ ଏହି ସଭାରେ ସଞ୍ଚୟର ଗୁରୁତ୍ୱ ସହ ଡିଜିଟାଲ ଠକେଇରୁ ବର୍ତ୍ତିବା ଉପରେ ଆଲୋକପାତ କରାଯାଇଥିଲା । ଡେପୁଟୀ ଆରକ୍ଷୀ ଅଧୀକ୍ଷକ ରାଜେନ୍ଦ୍ର ସିଆଳ ଯୋଗଦେଇ କହିଥିଲେ, ଆଜିର ଡିଜିଟାଲ ଯୁଗରେ ସାଇବର ଠକେଇ, ଅର୍ଥ ହେରଫେର ଓ ଡିଜିଟାଲ ଆରେଷ୍ଟ ଏକ ପ୍ରମୁଖ ସମସ୍ୟା ହୋଇ ଛିଡ଼ା ହୋଇଛି । ଏଥିରୁ ବର୍ତ୍ତିବା ପାଇଁ ସଚେତନ ରହିବାକୁ ସେ ପରାମର୍ଶ ଦେଇଥିଲେ । ସହକାରୀ ନିର୍ଦ୍ଦେଶିକା ଶ୍ରୀମତୀ କୌଶଲ୍ୟା ଭିତିରିଆ ମିତବ୍ୟୟିତା କିପରି ପରିବାରକୁ ସୁଦୃଢ଼ କରେ ସେ ବିଷୟରେ କହିଥିଲେ । ପିଏଲ୍‌ଆଇ ଉନ୍ନୟନ ଅଧିକାରୀ ଅତିଶ ଦାସ ଡାକ ବିଭାଗର ବିଭିନ୍ନ ସଞ୍ଚୟ ଯୋଜନା ବିଷୟରେ ବୁଝାଇଥିଲେ । ଏହି ଅବସରରେ ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ସୁବାଷ ଚନ୍ଦ୍ର ଓଝା, ପାନପୋଷ ଉପଖଣ୍ଡ ସଞ୍ଚୟ ଅଧିକାରୀ ପ୍ରକାଶ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସୁଶ୍ରୀ କରିସ୍ମା ନାୟକ ସଭା ସଂଚାଳନ କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.