
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ଗଞ୍ଜାମ ବ୍ଲକର କରପଡା ଗ୍ରାମ ପଞ୍ଚାୟତର ଆଲ୍ୟାବାଦ ଗ୍ରାମରେ ପ୍ରଳୟଙ୍କାରୀ ବନ୍ୟାରେ ଜଳବନ୍ଦୀରେ ପୀଡିତ ଥିବା ଗ୍ରାମବାସୀ ଏବଂ ଗୃହପାଳିତ ପ୍ରାଣୀ ଗୋ-ମାତା, ବନ୍ୟପ୍ରାଣୀ, ଜୀବଯନ୍ତୁ ମାନଙ୍କୁ ଖାଇବାକୁ ଦିଆଯାଇଥିଲା । ମା’ ରାମଚଣ୍ଡୀ ପୂଜା କମିଟିର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସେବା ଯୋଗାଇ ଦିଆଯିବା ସହିତ, ଗ୍ରାମବାସୀ ମାନଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ, ଅସହାୟ ଗୋ-ମାତା ଓ ଅନ୍ୟ ପଶୁ ପକ୍ଷୀ ମାନଙ୍କୁ ବିସ୍କୁଟ, କଦଳୀ ସାଂଗକୁ ଗୋ-ଖାଦ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ପୂଜା କମିଟିର ମୁଖ୍ୟଉପଦେଷ୍ଟା କୃଷ୍ଣଚଦ୍ର ନାୟକ (ମହାରାଜ)ଙ୍କ ପ୍ରତ୍ୟାକ୍ଷ ତତ୍ୱାବଧାନରେ ଉପଦେଷ୍ଟା ଶିବରାମ ନାୟକ, ବୃନ୍ଦାବନ ନାୟକ, ସୁଧୀର ମହାରଣା, କୋଷାଧ୍ୟକ୍ଷ ରାଜୁ ବେହେରା, ଶିବ ନାୟକ, ଅଶୋକ ନାୟକ, ବରୁଣ ଚୌଧୁରୀ ପ୍ରମୁଖଙ୍କ ସକ୍ରୀୟ ସହଯୋଗରେ ଉକ୍ତ ଦାୟିତ୍ୱ ସମ୍ପନ୍ନ ହୋଇଛି ।