
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଜାମସେଠ ଗ୍ରାମରେ ସାର୍ବଜନୀନ କାଳୀପୂଜା ଅବସରରେ ଆୟୋଜିତ ହେବାକୁ ଥିବା ରାବଣ ଦରବାର କାର୍ଯ୍ୟକ୍ରମ ପାଇଁ ଶୁକ୍ରବାର ପାରମ୍ପରିକ ରୀତିନୀତିରେ ରାବଣ ବରଣ କରାଯାଇଛି । ରାବଣ ଭୂମିକାରେ କଠଉମାଲ ଗ୍ରାମର ଚକ୍ର ସାହୁ ଏବଂ ମନ୍ତ୍ରୀ ଭୂମିକାରେ ରମେଶ ସାହୁ ଅଭିନୟ କରିବେ । ଏହି ଅବସରରେ ପୂଜା କମିଟି ପକ୍ଷରୁ ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ଫୁଲମାଳ ଓ ଚନ୍ଦନ ଲଗାଇ ପାରମ୍ପରିକ ଭାବେ ରାବଣ ବରଣ କରାଯାଇଥିଲା । ଆସନ୍ତା ନଭେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି କାଳୀପୂଜା ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରତିଦିନ ରାତିରେ ସାବିତ୍ରୀ ଅପେରା ଓ ଦଣ୍ଡନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୧୦ ତାରିଖରେ ଆକର୍ଷଣୀୟ ରାବଣ ଦରବାର ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପୂଜା କମିଟି ସଭାପତି ହେମନ୍ତ ପ୍ରଧାନ, ସମ୍ପାଦକ ଅକ୍ଷୟ ପ୍ରଧାନଙ୍କ ସମେତ ଆର୍ତ୍ତତ୍ରାଣ ସାହୁ, ସରୋଜ ପଟ୍ଟନାୟକ, ପ୍ରମୋଦ ରାୟ, ଶତ୍ରୁଘ୍ନ ସାହୁ, ନଟବର ପ୍ରଧାନ, ରବି ରଣା, ସୋମେଶ ମାଝୀ, ସନ୍ତୋଷ ପୁଝାରୀ, ଅମିୟ ରଣା, ସୁରେଶ ରଣା, ସୁରେନ୍ଦ୍ର ପାତ୍ର, ପ୍ରସନ୍ନ ରଣା ଓ ମଦନ ଭୋଇଙ୍କ ସମେତ ପୂଜା କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।