jayashree

ଲଗାଣ ବର୍ଷା ପ୍ରଭାବରେ ଖରଖରି ନାଳରେ ଜଳସ୍ତର ବୃଦ୍ଧି : ଗଞ୍ଜାମ ବ୍ଲକର ବହୁଗ୍ରାମ ଜଳବନ୍ଦୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି । ଖରଖରି ନାଳରେ ବନ୍ୟଜଳ ବୃଦ୍ଧି ଯୋଗୁଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାସୀ ପଞ୍ଚାୟତର କଣ୍ଠିଆପଲ୍ଲୀ -ବରପଲ୍ଲୀ, ବିରିପୁର, ଅଲ୍ଲିଆବଦ, କରପଡା, କାଚରାରାସ୍ତା ଜଳ ମଗ୍ନ ବରପଲ୍ଲୀ, ଭୁଆଁଭୂଇଁ ଗ୍ରାମବାସୀ ଜଳବନ୍ଦୀ ହୋଇଥିବା ବେଳେ ବରପଲ୍ଲୀ ଗାଁ ମଧ୍ୟରେ ପାଣି ପଶିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଂଚଳରେ ରହିଥିବା ଚାଷ ଜମି ଜଳମଗ୍ନ ହୋଇ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ଥ ହୋଇପଡ଼ିଥିବା ଲକ୍ଷ କରାଯାଇଛି । ସେହିପରି ଖଣ୍ଡଦେଉଳି -ପୋଇରାସୀ ମୁଖ୍ୟ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବା ସହ ଯିବାଆସିବା କ୍ଷେତ୍ରରେ ସମସ୍ୟା ଉପୁଜିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳବାସୀ ନାହିନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ପଞ୍ଚାୟତର ପୋଇରାସୀ, କାଇଁଚପୁର, ଭୁଆଁଭୂଇଁ, ବରପଲ୍ଲୀ କାଳୁଆବାଡ଼ି ତାରିଣୀପଲ୍ଲୀ, ରାମଚନ୍ଦ୍ରପୁରରେ ରହିଥିବା ଶସ୍ୟକ୍ଷେତ୍ର ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଖବରପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ହେବା ସହ ଜିଲ୍ଲାପାଳ ଓ ବିଡ଼ିଓଙ୍କ ଦୁଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.