
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିପଡ଼ିଲା ଆଲୁମିନିୟମ୍ ପାଉଡର ବୋଝେଇ ଟ୍ରକ୍ । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଏସ୍ଏସ୍ଏଫ୍ସି କମ୍ପାନୀର ଟ୍ରକ୍ଟି ବିଶାଖାପାଟଣାରୁ ବଲାଙ୍ଗିର ଦେଇ ଛତିଶଗଡ଼ ଯାଉଥିଲା । ତେବେ ବଲାଙ୍ଗିର ସହରର ରିଦ୍ଧିସିଦ୍ଧି ହୋଟେଲ ନିକଟରେ ଅନ୍ୟ ଏକ ଗାଡ଼ିକୁ ସାଇଡ୍ ଦେବା ସମୟରେ ଭାରସାମ୍ୟ ହରାଇ ଟ୍ରକ୍ଟି ଓଲଟି ପଡ଼ିଥିଲା । ରାସ୍ତା ସଂକୀର୍ଣ୍ଣ ଓ ରାସ୍ତାକଡ଼ରେ କାଦୁଅ ଥିବାରୁ ଦୁର୍ଘଟଣା ଘଟିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ କ୍ରେନ୍ ସାହାଯ୍ୟରେ ଟ୍ରକ୍କୁ ଉଦ୍ଧାର କରାଯାଉଛି । ନିକଟରେ ପେଟ୍ରୋଲ ପମ୍ପଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇନାହିଁ ।