jayashree

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କ ଲାଗି ମହଙ୍ଗା ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ସହାୟତା (ଡିଆର)ର ଏକ ଅତିରିକ୍ତ କିସ୍ତିକୁ ମଞ୍ଜୁର କରାଯାଇଛି । ଦରଦାମ ବୃଦ୍ଧିର ଭରଣା କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନର ମୂଳ ଦରମା/ପେନସନର ୬୦% ହାର ଉପରେ ଅତିରିକ୍ତ ୩% ବୃଦ୍ଧି ହୋଇଛି । ବର୍ଦ୍ଧିତ ଡିଏ ଏବଂ ଡିଆର ଜୁଲାଇ ପହିଲା ୨୦୨୬ ଠାରୁ ଲାଗୁ ହେବ ।

ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତାରେ ଏହି ବୃଦ୍ଧି ଫଳରେ ସରକାରୀ ରାଜକୋଷ ଉପରେ ମିଳିତ ଭାବେ ବାର୍ଷିକ ୧୦,୦୧୬.୧୦ କୋଟି ଟଙ୍କାର ବୋଝ ପଡ଼ିବ । ଏହାଦ୍ୱାରା ୪୮.୫୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮.୭୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗର ସୁପାରିସ ଆଧାରରେ ଗୃହୀତ ସୂତ୍ର ଅନୁଯାୟୀ ଏହି ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.