jayashree

ସୁନ୍ଦରଗଡ ଜିଲ୍ଲାରେ ଗଡ଼ିଲା ଟିପିଡବ୍ଲୁଓଡିଏଲର ‘ସୋଲାର ରଥ’

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ପିଏମ୍ ସୂର୍ଯ୍ୟ ଘର : ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ସହ ରୁଫ୍‌ଟପ୍ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଟାଟା ପାୱାରା ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ସୁନ୍ଦରଗଡ ଜିଲ୍ଲାରେ ‘ସୋଲାର ରଥ’ ମାଧ୍ୟମରେ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଆଜି ସୁନ୍ଦରଗଡ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ଆଇଏଏସ୍, ଏହି ସୋଲାର ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁରଞ୍ଜନ ସାହୁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ସୁନ୍ଦରଗଡ ଏବଂ ଟିପିଡବ୍ଲୁଓଡିଏଲ୍‌ର ଅନେକ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ପ୍ରଥମେ ସମ୍ବଲପୁରରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏହି ସୋଲାର ରଥର ଶୁଭ ଉଦ୍‌ଘାଟନ କରାଯାଇଥିଲା । ପରେ ପରେ ବରଗଡ଼, ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରେ ଏହି ସୋଲାର ରଥ ଗଡିଥିଲା । ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ଅଧିକ ଅଞ୍ଚଳରେ ରୁଫ୍‌ଟପ୍ ସୋଲାର ଓ ପିଏମ୍ ସୂର୍ଯ୍ୟଘର ଯୋଜନା ସମ୍ପର୍କରେ ସୂଚନା ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.