jayashree

ବାଲି ମାଫିଆଙ୍କ ଦୌରାତ୍ମ୍ୟ : ବାଲି ମାଫିଆଙ୍କ ଦୌରାତ୍ମ୍ୟରେ ରାସ୍ତାର ଅବସ୍ଥା ସାଙ୍ଘାତିକ

ବରଗଡ଼, (ନିରୋଜ କୁମାର ପାଣୀ) : ବାଲି ବୋଝେଇ ହାଇୱା ଗାଡ଼ିର ଲଗାତାର ଚଳାଚଳ ଯୋଗୁଁ ରାସ୍ତାରୁ ଉଠିଗଲାଣି ପିଚୁ, ବାହାରି ପଡ଼ିଲାଣି ମେଟାଲ । କେଉଁଠି ରାସ୍ତା ଦବି ଯାଇଛି ତ’ ଆଉ କେଉଁଠି ସୃଷ୍ଟି ହୋଇଛି ବଡ଼ ବଡ଼ ଗାତ । ପ୍ରାୟ ଦୁଇରୁ ତିନି କିଲୋମିଟର ରାସ୍ତାର ଅବସ୍ଥା ଏବେ ଦୟନୀୟ । ଆପଣ ଦେଖୁଥିବା ଏ ଫଟୋର ଦୃଶ୍ୟ ହେଉଛି ବରଗଡ଼ ବ୍ଲକର ତୁମଗାଁ-ମାଳିପାଲି ରାସ୍ତା । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ନିକଟସ୍ଥ ନଦୀରୁ ରାତି ଅଧିଆ ବାଲି ଚୋରା ଚାଲାଣ କରୁଛନ୍ତି ବାଲି ମାଫିଆ । ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ବୋଝେଇ ହାଇୱା ଯାତାୟାତ କରୁଥିବାରୁ ରାସ୍ତାର ଏଭଳି ଦୂରାବସ୍ଥା ହୋଇଥିବା ଅଭିଯୋଗ ହେଉଛି । ରାସ୍ତା ଅଛି, ହେଲେ ଯାତାୟାତ କରିବା ମୁସ୍କିଲ । ପିଚୁ ଉଠି ରାସ୍ତାରୁ ବାହାରି ପଡ଼ିଛି ମେଟାଲ । ରାସ୍ତାର ଅନେକ ସ୍ଥାନରେ ଦେଖାଦେଇଛି ବଡ଼ ବଡ଼ ଗାତ । ଆଉ କେଉଁଠି ରାସ୍ତା ଦବି ଯାଇଥିବାରୁ ଯାତାୟାତ କରିବା ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଛି । ବରଗଡ଼ ବ୍ଲକର ତୁମଗାଁ-ମାଳିପାଲି ରାସ୍ତାର ପ୍ରାୟ ଦୁଇରୁ ତିନି କିଲୋମିଟର ରାସ୍ତାର ଅବସ୍ଥା ଏତେ ଖରାପ ହୋଇପଡ଼ିଛି ଯେ, ସାମାନ୍ୟ ଅସାବଧାନତା ମଧ୍ୟ ଦୁର୍ଘଟଣାର କାରଣ ହୋଇପାରେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ନିକଟସ୍ଥ ନଦୀରୁ ରାତି ସମୟରେ ବ୍ୟାପକ ଭାବେ ବାଲି ଚୋରା ଚାଲାଣ ହେଉଛି । ବାଲି ବୋଝେଇ ହାଇୱା ଗାଡ଼ିଗୁଡ଼ିକ ଦିନରାତି ଏହି ରାସ୍ତାରେ ଯିବାଆସିବା କରୁଛନ୍ତି । ଲୋକଙ୍କ ଅଭିଯୋଗ, ଭାରୀଯାନର ଏଭଳି ଲଗାତାର ଚଳାଚଳ ରାସ୍ତାର ଦୂରାବସ୍ଥା ପାଇଁ ଏକ ପ୍ରମୁଖ କାରଣ । ତେଣୁ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଏବେ ପ୍ରଶ୍ନ ଉଠୁଛି ଯଦି ନିୟମିତ ଭାବେ ବାଲି ବୋଝେଇ ହାଇୱା ଚଳାଚଳ କରୁଛି, ତେବେ ଏହି ଗାଡ଼ିଗୁଡ଼ିକର ଓଜନ ଓ ଯାତାୟାତ ଉପରେ ନଜର ରଖୁଛି କିଏ ? ଯଦି ବେଆଇନ ବାଲି ଚାଲାଣ ହେଉଛି, ତେବେ ଏହାକୁ ରୋକିବା ପାଇଁ କାହିଁକି ହେଉନାହିଁ କଡ଼ା ପଦକ୍ଷେପ ? ତୁମଗାଁ-ମାଳିପାଲି ରାସ୍ତାର ଏହି ଦୂରାବସ୍ଥା କେବଳ ଏକ ରାସ୍ତାର ସମସ୍ୟା ନୁହେଁ, ବରଂ ଏହା ସାଧାରଣ ଲୋକଙ୍କ ଯାତାୟାତ ଓ ସୁରକ୍ଷା ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ତେଣୁ ସମ୍ପୃକ୍ତ ଖଣି ବିଭାଗ, ପରିବହନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଏହି ଅଭିଯୋଗର ତଦନ୍ତ କରିବା ସହ ରାସ୍ତାର ମରାମତି ଓ ବାଲି ଚାଲାଣ ଉପରେ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ । ଏନେଇ ବିଭାଗୀୟ ଅଧିକାରୀ ତଥା ପ୍ରଶାସନର ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.