jayashree

ଖଡ଼ଗେଙ୍କ ମନ୍ତବ୍ୟକୁ ବିରୋଧ, ଲୋଇସିଂହାରେ ବିଜେପିର ବିକ୍ଷୋଭ ଓ ଥାନାରେ ଏତଲା

​ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅକ୍ଟୋବର ୨୫ ତାରିଖ ଦିନ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ନେଇ ଯେଉଁ ଅରୁଚିକର, ଅମର୍ଯ୍ୟାଦାକର ଏବଂ ବ୍ୟକ୍ତିଗତ ଆକ୍ଷେପ ମୂଳକ ବିବାଦୀୟ ବୟାନ ଦେଇଥିଲେ, ତାହାର ଦୃଢ଼ ପ୍ରତିବାଦ କରିଛି ଲୋଇସିଂହା ଭାରତୀୟ ଜନତା ପାର୍ଟି (ବିଜେପି) । ଏହି ଅତି ନିମ୍ନସ୍ତରର ରାଜନୀତି ବିରୁଦ୍ଧରେ ଆଜି ଲୋଇସିଂହା ଠାରେ ବିଜେପି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଖଡ଼ଗେଙ୍କ ବିରୋଧରେ ଲୋଇସିଂହା ଥାନାରେ ଏତଲା ମଧ୍ୟ ଦିଆଯାଇଛି । ​ବିଗତ ଦିନରୁ କ୍ରମାଗତ ଭାବେ ଯଶସ୍ଵୀ ପ୍ରଧାନମନ୍ତ୍ରୀଙ୍କ ପ୍ରତି ବ୍ୟକ୍ତିଗତ ଆକ୍ଷେପ କରି କଂଗ୍ରେସ ଦଳ ନିଜର ଦେବାଳି ଆପଣ ପ୍ରମାଣିତ କରିଆସୁଛି। କଂଗ୍ରେସ ଅଧ୍ୟକ୍ଷଙ୍କ ଏପରି ଅରୁଚିକର ମନ୍ତବ୍ୟ କେବଳ ଜଣେ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ନୁହେଁ, ବରଂ ଏହା ଦେଶର କୋଟି କୋଟି ଜନସାଧାରଣଙ୍କ ଜନମତ ଏବଂ ଏକ ସାମ୍ବିଧାନିକ ପଦବୀର ଗାର୍ହିମା ତଥା ଅପମାନ ଅଟେ । କ୍ରମାଗତ ରାଜନୈତିକ ପରାଜୟରୁ ସୃଷ୍ଟି ହୋଇଥିବା ନୈରାଜ୍ୟ ଓ ହତାଶା କାରଣରୁ କଂଗ୍ରେସ ଆଜି ଏଭଳି କୁତ୍ସିତ ରାଜନୀତିର ଆଶ୍ରୟ ନେଉଛି। ଯେତେବେଳେ ଭାରତ ଯଶସ୍ଵୀ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ବିଶ୍ୱ ଦରବାରରେ ଏକ ଆତ୍ମନିର୍ଭରଶୀଳ ଏବଂ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ପରିଚିତ ହେଉଛି, ସେତେବେଳେ କଂଗ୍ରେସ ନେତାମାନେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ଏପରି ଭିତ୍ତିହୀନ ଆକ୍ଷେପର ସାହାରା ନେଉଛନ୍ତି । ଦେଶର ବିକାଶ ଓ ଜନକଲ୍ୟାଣର ଧାରାକୁ ଅବରୁଦ୍ଧ କରିବା ପାଇଁ ହେଉଥିବା ଏପରି ଘୃଣ୍ୟ ରାଜନୀତିକୁ ଦେଶର ସଚେତନ ଜନସାଧାରଣ କେବେବି ପ୍ରଶ୍ରୟ ଦେବେ ନାହିଁ । ​ଆଜିର ଏହି ପ୍ରତିବାଦ ସଭା ଓ ଏତଲା ପ୍ରଦାନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେପି କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଏଭଳି ଘଟଣାର କଡ଼ା ନିନ୍ଦା କରିଛନ୍ତି ।

Leave A Reply

Your email address will not be published.