jayashree

ତିଳେଶ୍ୱର ହସ୍ପିଟାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ତିଳେଶ୍ୱର ଗ୍ରାମ ହସ୍ପିଟାଲ ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ପୁଆ ଗ୍ରାମର ଗୋବିନ୍ଦ ସୁନା । ସୂଚନା ଅନୁଯାୟୀ, ଗୋବିନ୍ଦ ଓ ତାଙ୍କ ସହଯୋଗୀଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା ପରେ ଉଭୟ ଗୁରୁତର ହୋଇପଡ଼ିଥିଲେ । ଖବର ପାଇ ତରଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲକୁ ପଠାଯାଇଛି । ଅନ୍ୟପଟେ, ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଗାଡ଼ିକୁ ଚିହ୍ନଟ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.