ଶାନ୍ତିଲତା ସିଂଭୋଇଙ୍କ ବିୟାଗଗରେ ଶୋକସଭା

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଆଦିବାସୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇଙ୍କ ଧର୍ମପତ୍ନୀ ସ୍ବର୍ଗତ ଶାନ୍ତିଲତା ସିଂଭୋଇଙ୍କ ଅକାଳ ବିୟୋଗଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ସ୍ବର୍ଗତ ସିଂଭୋଇଙ୍କ ଫୋଟୋ ଚିତ୍ରରେ ସଙ୍ଘର କର୍ମକର୍ତ୍ତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅମର ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା ପରେ ଆଦିବାସୀ ନେତାମାନେ ଶ୍ରୀମତୀ ସିଂଭୋଇଙ୍କ ସ୍ମୃତିଚାରଣ କରିଥିଲେ । ଆଦିବାସୀ କନ୍ଧ ସମାଜରେ ଶ୍ରୀମତୀ ସିଂଭୋଇ ଆଇନ ଡିଗ୍ରୀ ଧାରୀ ଉଚ୍ଚ ଶିକ୍ଷିତ ମହିଳା ଭାବରେ ସୁନାମ ଅର୍ଜନ କରିଥିଲେ । ସଇଁତଳା ଗ୍ରାମ ପଂଚାୟତର ସରପଞ୍ଚ ଭାବରେ ବିଭିନ୍ନ ବିକାଶ ମୂଳକ ଜନହିତକର କାର୍ୟ୍ୟକ୍ରମ ହାତକୁ ନେଇ ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ନିଜେ ଆଇନ ଡିଗ୍ରୀ ପଢି ଥିଲେ ବୋଲି ତାଙ୍କ ପୁଅ ଝିଅମାନଙ୍କୁ ମଧ୍ୟ ଆଇନ ଶିକ୍ଷା ଦେଇ ସମାଜରେ ଏକ ଆଦର୍ଶ ନାରୀର ଭୂମିକା ନିଭାଇଥିଲେ । ଆଦିବାସୀମାନଙ୍କ ଉଚ୍ଚ ଶିକ୍ଷା ପାଇଁ ତାଙ୍କର ଅବଦାନ ଯଥେଷ୍ଟ ଥିଲା । ତାଙ୍କର ବିୟୋଗରେ ଆଦିବାସୀ ସମାଜର ଅପୂରଣୀୟ କ୍ଷତି ହୋଇଛି ବୋଲି ଆଦିବାସୀମାନେ ପ୍ରକାଶ କରିଥିଲେ । ଶୋକସଭାରେ ସଭାପତି ପଦ୍ମନ ପ୍ରଧାନୀ, ହେମେନ୍ଦ୍ରନାଥ ହାଁସଦା, ଘାସିରାମ ମାଝି, ନଗର ସଭାପତି ନିତ୍ୟାନନ୍ଦ ମାଝି, ଜଗନ୍ନାଥ ମାଝି, ଦେବସିଂ ମାଝି, ପୃଥ୍ଵୀରାଜ ମାଝି, ପରଂବ୍ରହ୍ମ ମାଝି, ଇନ୍ଦ୍ରମଣି ମାଝି, ପାର୍ଥରାମ ଭୋଇ, ଚୈତନ୍ୟ ମାଝି, ମନୋଜ ମାଝି, ଚଞ୍ଚଳା ମାଝି, ଡମେନ ମାଝି, ଚତୁର୍ଭୁଜ ସାଆନ୍ତ, ରାଧେଶ୍ୟାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.