
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଏକତା ଫାଉଣ୍ଡେସନ ତରଫରୁ ଦାଣ୍ଡିଆ ନୃତ୍ୟ ଓ ପୋଷାକ ପ୍ରତିଯୋଗିତା ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତୀ ମହାନ୍ତିଙ୍କ ଆବାହକତ୍ୱ ଓ ଚାଇନା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜ୍ଞାନେନ୍ଦ୍ର ଦାଶ, ନରେନ୍ଦ୍ର ସାନ୍ଧୁ, କାଞ୍ଚନ ରାୟ ଓ ଅନାଦି ନାଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଶତାଧିକ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ବିଚାରକ ଭାବେ ସଂଗ୍ରାମ ପତି, ସୁଲତା ପତି, ଝୁନୁ ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ । କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଉପସ୍ଥିତ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ସୁଚିସ୍ମିତା ପଣ୍ଡା, ଉପସଭାପତି ବିଜୟ ସୁନ୍ଦରାୟ, କୋଷାଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ସମେତ ସଦସ୍ୟା ଜ୍ୟୋସ୍ନା, ମନୋରମା, ନିରୁପମା, ଆରତୀ, ଲତିକା, ଶଶିଲତାଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଏଭଳି କାର୍ଯ୍ୟକ୍ରମ ବିଗତ ୬ ବର୍ଷ ଧରି ଚାଲୁଛି । କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।