jayashree

ଜୋନାଲ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଅନ୍‌ସ୍ଲୋ ହାଇସ୍କୁଲର ବାଜିମାତ୍, ରାଜ୍ୟସ୍ତରକୁ ଉନ୍ନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଚମକିଲା ଛତ୍ରପୁର ପିଏମ୍‌ଶ୍ରୀ ଅନ୍‌ସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ। ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ବିଜ୍ଞାନ ନାଟକ ପ୍ରତିଯୋଗିତା–୨୦୨୬ରେ ବିଦ୍ୟାଳୟର ଦଳ ପ୍ରଥମ ସ୍ଥାନ ହାସଲ କରି ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଛି । ଏହି ସଫଳତା ସହ ବିଦ୍ୟାଳୟର ଆଦର୍ଶ ନାହାକ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ତଥା ନାଟକର ନିର୍ଦ୍ଦେଶିକା ବ୍ଲେସି ପ୍ରଧାନ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ ହୋଇଛନ୍ତି । ପୂର୍ବରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇ ଜୋନାଲ ସ୍ତରକୁ ଉନ୍ନୀତ ହୋଇଥିବା ଏହି ଦଳ ଏବେ ରାଜ୍ୟସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ପାଇଛି । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଦଳ ଗଞ୍ଜାମ ଜିଲ୍ଲାର ପ୍ରତିନିଧିତ୍ୱ କରିବ । ଛାତ୍ରଛାତ୍ରୀଙ୍କ ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା ଓ ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନର ଏହି ସଫଳତାକୁ ନେଇ ବିଦ୍ୟାଳୟ ଓ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ରାଜ୍ୟସ୍ତରରେ ମଧ୍ୟ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି ବିଦ୍ୟାଳୟର ଗୌରବ ବଢ଼ାଇବ ବୋଲି ଆଶା ପ୍ରକାଶ ପାଇଛି ।

Leave A Reply

Your email address will not be published.