
ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ଖୋ ଖୋ ଏସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ୫୬ତମ ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟାନସିପ୍ ଚଳିତ ମାସ ୧୩ ରୁ ୧୭ ତାରିଖ ମଧ୍ୟରେ ପୁରୀ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ମୟୂରଭଞ୍ଜ ଏଥ୍ଲେଟିକ୍ ଏସୋସିଏସନ ଆନୁକୂଲ୍ୟରେ ଜିଲ୍ଲାର ଉଭୟ ପୁରୁଷ ଓ ମହିଳା ଦଳ ଗଠନ ପାଇଁ ଚୟନ ପ୍ରକ୍ରିୟା ୧୦ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି । ଇଛୁକ ଖେଳାଳି ନିଜ ନିଜର ଆଧାର କାର୍ଡ ଓ ପାସପୋର୍ଟ ଫଟୋ ସହ ବାରିପଦା ଷ୍ଟାଡିୟମ ଅଫିସରେ ସକାଳ ୧୦ ଟା ସୁଦ୍ଧା ନାମ ପଞ୍ଜିକରଣ କରି ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହଙ୍କ ସୂତ୍ରରୁ ପ୍ରକାଶ ।