jayashree

ଜଳବାୟୁ ପରିବର୍ତ୍ତନକୁ ମୁକାବିଲା ପାଇଁ ଚାଷୀଙ୍କୁ ପ୍ରଶିକ୍ଷଣ : ବରଗଡ଼ରେ ଜଳବାୟୁ ସହନଶୀଳ କୃଷି କର୍ମଶାଳା

ବରଗଡ଼, (କେପିଏନ୍‌ଏସ୍‌) : ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରି କୃଷିକୁ ଅଧିକ ସ୍ଥାୟୀ ଓ ସହନଶୀଳ କରିବା ଲକ୍ଷ୍ୟରେ ବରଗଡ଼ରେ ଆୟୋଜିତ ହୋଇଛି ଜଳବାୟୁ ସହନଶୀଳ କୃଷି ଉପରେ ପ୍ରକଳ୍ପ ଅଭିମୁଖୀକରଣ କର୍ମଶାଳା । ଟିପିଡବ୍ଲ୍ୟୁଓଡିଏଲ୍ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମମତା ରାଣୀ ତ୍ରିପାଠୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଏଥିରେ କୃଷି ବିଭାଗର ବିଭିନ୍ନ ଅଧିକାରୀ, ଟିପିଡବ୍ଲ୍ୟୁଓଡିଏଲ୍‌ର ପ୍ରତିନିଧି ଓ କୃଷି ବିଶେଷଜ୍ଞମାନେ ଯୋଗଦେଇ ଚାଷୀଙ୍କୁ ଜଳବାୟୁ ଅନୁକୂଳ କୃଷି ପଦ୍ଧତି ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ । ଭଟଲି ଓ ଅମ୍ବାଭୋନା ବ୍ଲକର ୬୦ରୁ ଅଧିକ ଚାଷୀ କର୍ମଶାଳାରେ ସାମିଲ ହୋଇଥିଲେ । କୃଷି ବିଶେଷଜ୍ଞ ଅଶୁତୋଷ ପାଲ ଓ ମହାଶକ୍ତି ଫାଉଣ୍ଡେସନର ସୁଶାନ୍ତ କୁମାର ଦାସ ଚାଷୀମାନଙ୍କୁ ବୈଷୟିକ ତଥ୍ୟ ଓ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କର୍ମଶାଳାରେ ଦେଶୀ ଧାନ ଓ ବିଭିନ୍ନ ଡାଲି ବୀଜ ସହିତ ଟମାଟୋ, ଲଙ୍କା ଓ ବାଇଗଣ ଚାରା ପ୍ରଦର୍ଶନ କରାଯାଇଥିଲା। ଜଳବାୟୁ ପରିବର୍ତ୍ତନ ମଧ୍ୟରେ କମ୍ ଖର୍ଚ୍ଚରେ ଉତ୍ପାଦନ ବଜାୟ ରଖିବା, ଫସଲର ବିବିଧତା ଓ ସ୍ଥାୟୀ କୃଷି ପଦ୍ଧତି ଆପଣାଇବା ଉପରେ ଚାଷୀଙ୍କୁ ସଚେତନ କରାଯାଇଥିଲା । ଚାଷୀଙ୍କ ଜ୍ଞାନବୃଦ୍ଧି, ବୈଷୟିକ ତଥ୍ୟ ଆଦାନପ୍ରଦାନ ଓ ଜଳବାୟୁ ସହନଶୀଳ କୃଷିକୁ ପ୍ରୋତ୍ସାହନ ଦେବାରେ ଏହି କର୍ମଶାଳା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିଲା ।

Leave A Reply

Your email address will not be published.