jayashree

ଶିଶୁ ବିକାଶ କେନ୍ଦ୍ରର କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ଦୁଇ ବର୍ଷ ପାଇଁ ସାଂଗଠନିକ କର୍ମକର୍ତ୍ତା ନିର୍ବାଚନ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରରେ ଅନୁଷ୍ଠାନର ଆଇନ ପରାମର୍ଶଦାତା ତଥା ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତିକ୍ରମେ କସ୍ତୁରୀ ରଥ ସଭାପତି, ଧିରେନ୍ଦ୍ର ନାରାୟଣ ସିଂହଦେଓ ଉପସଭାପତି, ଡା. ଅଶୋକ କୁମାର ସେଠୀ ସଂପାଦକ, ସୁରଥ ସାହୁ ସହ ସଂପାଦକ, ଦୁର୍ଗା ଚରଣ ସାହୁ କୋଷାଧ୍ୟକ୍ଷ, ସୀତାଂଶୁ ନାୟକ ଓ ଡ. ବନବିହାରୀ ସାହୁ କ୍ରୀଡା ସଂପାଦକ ଭାବେ ମନୋନିତ ହୋଇଥିଲେ । ଶିଶୁ ବିକାଶ କେନ୍ଦ୍ରକୁ ମାର୍ଗଦର୍ଶନ କରିବାକୁ ଉପଦେଷ୍ଟା ଭାବେ ଡା. ଜ୍ୟୋସ୍ନାମୟୀ ମହାପାତ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ପୌରାଧ୍ୟକ୍ଷ ଲିକା ସାହୁ, ଜୟରାମ ମିଶ୍ର, ସତ୍ୟବନ୍ତ ବେଦବାକ ଓ ଗିରିଜା ଶଙ୍କର ରଥଙ୍କୁ ଗ୍ରହଣ କରାଯାଇଛି । କାର୍ଯ୍ୟକାରୀ କମିଟିକୁ ଚୁଡେନ୍ଦ୍ର କୁମାର ବେହେରା, ସୁନାଧର ବନଛୋର, ଡ. ପ୍ରେମଚାନ୍ଦ ମହାନ୍ତି, କପିଳ ପତି, ରତ୍ନମୟ ତ୍ରିପାଠୀ, ନିହାରିକା ମିଶ୍ର ଓ ମଦନ ମୋହନ ରଥଙ୍କୁ ମନୋନିତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଶିଶୁ ବିକାଶ କେନ୍ଦ୍ରର ୪୨ତମ ପ୍ରତିଷ୍ଠା ଦିବସ ବିଜୟା ଦଶୀମରେ ପାଳନ କରାଯିବାକୁ ସ୍ଥିର ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଠ ଜଣ ଆଦର୍ଶ ଶିକ୍ଷକଙ୍କୁ ସମ୍ମାନିତ କରିବା ସହିତ ବ୍ୟାଡମିଣ୍ଟନ ଖେଳାଳି ଅଭିମନ୍ୟୁ ବଗର୍ତ୍ତି ଓ ବିଶ୍ୱ ପାରା ତିରନ୍ଦାଜୀ ପ୍ରତିଯୋଗିତାରେ ବିଶ୍ୱ ଚମ୍ପିୟାନ ହୋଇଥିବା ପାୟଲ ନାଗଙ୍କୁ ମଧ୍ୟ ସମ୍ମାନିତ କରାଯିବା ପାଇଁ ସ୍ଥିର ହୋଇଥିଲା । ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଉପଦେଷ୍ଟା କପିଳ ପତି ଓ ପ୍ରେମଚାନ୍ଦ ମହାନ୍ତି ଅଭିନନ୍ଦନ ଜଣାଇବା ସହିତ ଅନୁଷ୍ଠାନର ଉନ୍ନତି ଦିଗରେ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ପ୍ରଶାନ୍ତ ଷଡଙ୍ଗୀ, ପ୍ରଦୀପ ପସାୟତ, ଶୁଭେନ୍ଦ୍ର ନେପାକ, ଗୋପାଳ ଚନ୍ଦ୍ର ପ୍ରଧାନ ଓ ଅରୁଣ କୁମାର ଖୁଆସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୁରଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.