jayashree

ବିକଶିତ ଗାଁ ବିକଶିତ ଓଡିଶାର ଉନ୍ନୟନ କାର୍ଯ୍ୟ ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ଗଣେଶ ପୂଜା ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ଅବସରରେ ସାଂସଦ ପ୍ରଦୀପ ପୁରୋହିତଙ୍କ କରକମଳରେ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବଦ୍ୟାଳୟ ଠାରେ ବିକଶିତ ଗାଁ ବିକଶିତ ଓଡିଶା ଅର୍ଥରୁ ନଅ ଲକ୍ଷ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟକୁ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ଶ୍ରୀ ଶ୍ରୀ ଗଣେଶଙ୍କ ପୂଜାରେ ଯୋଗ ଦେବା ସହିତ ପାଇକମାଲର ଶିକ୍ଷାବିତ, ସମାଜସେବୀ, ବିଦ୍ୟାଳୟ ପରିଚାଳନା କମିଟି, ଆଲୁମିନିଙ୍କ ସହିତ ବିଦ୍ୟାଳୟ ପରିଦର୍ଶନ କରି ସମସ୍ତଙ୍କ ଗହଣରେ ବସି ପ୍ରସାଦ ସେବନ କରିଥିଲେ । ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡାଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ସମସ୍ତ କର୍ମଚାରୀ, ଛାତ୍ରୀ, ଆଲୁମିନି ଏହି କାର୍ଯ୍ୟକ୍ରମକୁ ତୁଳାଇ ଥିଲେ ।

Leave A Reply

Your email address will not be published.