
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଦାତ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ମୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଳାଇ ଥିଲେ । ଏହି ଅବସରରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କର କଲମରୁ ଝରି ପଡିଥିବା ବିଭିନ୍ନ ଗଳ୍ପ, କବିତା ଓ ଚିତ୍ରର ସମାହାର ପ୍ରାଚୀର ପତ୍ରିକା ଅରୁଣକୁ ଶିକ୍ଷା ବିକାଶ ସମିତି ବିଦ୍ଵତ ପରିଷଦ ସଭାପତି ସଦସ୍ୟ ଡ. ବାଞ୍ଛାନିଧି ପଣ୍ଡା ଦୀପ ପ୍ରଜ୍ୱଳନ ପୂର୍ବକ ଉନ୍ମୋଚନ କରିଥିଲୋ ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଭକ୍ତଚରଣ ସାହୁ ସହଯୋଗ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ, ସଭାପତି ପୃଥିରାଜ ସାହୁ, ଉପସଭାପତି ଗୋପାଳ କୃଷ୍ଣ ମିଶ୍ର, ସମ୍ପାଦକ ଜନକଲାଲ ମେହେର, ସଂକୁଳ ପ୍ରମୁଖ ଡ. ଦ୍ଵାଦଶ କୁମାର ପ୍ରଧାନ, କୋଷାଧକ୍ଷ ଘନଶ୍ୟାମ ପୁଞ୍ଜି, ପରିଚାଳନା ସମିତିର ସଦସ୍ୟ ସଦସ୍ୟା, ପୂର୍ବତନ ଛାତ୍ରଛାତ୍ରୀ, ମାତୃଭାରତୀର ସଭ୍ୟା, ପୁରାତନ ଛାତ୍ରଛାତ୍ରୀ, ପୁରାତନ ଗୁରୁଜୀ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାମନ୍ଦିର ପରିସରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରି ଶ୍ରୀ ଗଣେଶଙ୍କ ଠାରେ ପୂଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ଶ୍ରୀ ଗଣେଶଙ୍କ ପୂଜା ଏବଂ ମନ୍ତ୍ରୋଚ୍ଚାରଣ ସମସ୍ତ ବିଧି ବିଧାନ ଅନୁସାରେ ସମ୍ପନ୍ନ ହୋଇଥିଲା । ବିଦ୍ୟାମନ୍ଦିର ବିଭାଗରେ ଯଦୁମଣି ଦାଶ ପୂଜକ ଦାୟିତ୍ୱ ତୁଳାଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।