jayashree

ଛତ୍ରପୁର ସହରାଞ୍ଚଳରୁ ବୁଲା ଗାଈଗୋରୁ ଉଚ୍ଛେଦ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସଦର ଦପ୍ତରାଞ୍ଚଳରେ ବୁଲା ଗାଈଗୋରୁଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଏକ ଜଟିଳ ସମସ୍ୟା ଦେଖାଦେଇଛି । ଗାଁ, ସହର, ହାଟବଜାର, ରସ୍ତାଘାଟ, ମୁଖ୍ୟସଡ଼କ ପଥରେ ଟ୍ରାଫିକ ନିୟନ୍ତ୍ରଣରେ ବିପର୍ଯ୍ୟସ୍ତ ଘଟୁଛି । ତେଣୁ ବିଳମ୍ବରେ ହେଲେ ମଧ୍ୟ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଏବଂ ଅନ୍ୟ ସ୍ଥାନରେ ରହିଥିବା ଗାଈ-ଗୁହାଳକୁ ନେଇ ରଖାଯାଉଛି । ଏଠାରୁ ବୁଲା ଗାଈଗୋରୁଙ୍କୁ ଅନ୍ୟତ୍ର ଗୁହାଳକୁ ପଠାଇବାର ବ୍ୟବସ୍ଥା କରିବାକୁ ଆଗେଇଛନ୍ତି । ଛତ୍ରପୁର ସହରାଞ୍ଚଳରୁ ବୁଲା ଗାଈଗୋରୁଙ୍କୁ ହଟାଇବା ବ୍ୟବସ୍ଥା ଆରମ୍ଭ କରିବା ସାଂଗକୁ ଏଠାରେ ବୁଲା ଗାଈଗୋରୁ ଉଚ୍ଛେଦ କରିବା ପ୍ରକ୍ରିୟା ଆରମ୍ଭ କରିଥିବା ଦେଖାଦେଇଛି । ଲୋକଙ୍କର ବହୁ ଦିନର ଦାବୀ ଏବେ ଏହା କାର୍ଯ୍ୟକାରୀ କରିବାକୁ କର୍ତ୍ତୃପକ୍ଷ ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.