jayashree

ଅଏଁଲାଚୁଆଁ ଗାଁରେ ସମସ୍ୟା ଶୁଣିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ବରକାନି ପଂଚାୟତର ଅଏଁଲାଚୁଆଁ ଗାଁରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଲୋକଙ୍କ ପାଖକୁ ଯାଇ ସେଠାରେ ଲୋକେ ସମ୍ମୁଖିନ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟା ଉପରେ ଅଭିଯୋଗ ଶୁଣିଥିଲେ । ଆଲୋଚନା ସମୟରେ ସ୍ଥାନୀୟ ଲୋକେ ବିଶେଷ କରି ବିଜୁଳି, ପିଇବା ପାଣି, ବାର୍ଦ୍ଧକ୍ୟ ଭତ୍ତା ତଥା ସାମାଜିକ ସୁରକ୍ଷା ଯୋଜନାରେ ବିଭିନ୍ନ ହିତାଧିକାରୀ ସମ୍ମୁଖିନ ହେଉଥିବା ଅସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା । ଅନେକ ଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ତଥା ସାମାଜିକ ସୁରକ୍ଷା ଯୋଜନାରେ ଆବେଦନ କରିଥିଲେ ହେଁ ସେ ସବୁର ସୁବିଧା ପାଉ ନ ଥିବାରୁ ଲୋକେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ପିଇବା ପାଣି ସମସ୍ୟାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ଘୋର ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବିଜୁଳି ସମସ୍ୟା ପ୍ରାୟତଃ ଜାରି ରହିଛି । ତେଣୁ ଏସବୁ ସମସ୍ୟା ସମାଧାନ ଦିଗରେ ଶ୍ରୀ ମିଶ୍ର କିଛି ପଦକ୍ଷେପ ନିଅନ୍ତୁ ବୋଲି ଗ୍ରାମବାସୀମାନେ ଅନୁରୋଧ କରିଥିଲେ । ତା ସହ ଶ୍ରୀ ମିଶ୍ରଙ୍କ ସମୟରେ ଅନୁଦାନ ଆସି କାମ ହୋଇସାରିଥିବା ଉନ୍ନୟନ ପ୍ରକଳ୍ପ ଯଥା ରାସ୍ତାଘାଟ, କମ୍ୟୁନିଟି ସେଣ୍ଟର ସ୍ଥାପନକୁ ନେଇ ଗାଁ ଲୋକେ ଶ୍ରୀ ମିଶ୍ରଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ । ଶ୍ରୀ ମିଶ୍ର ବର୍ତ୍ତମାନ ଲୋକେ ଭୋଗୁଥିବା ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ସେ ସବୁ ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ରାଜଲକ୍ଷ୍ମୀ କ୍ଲବ ଗୃହରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ କଂଗ୍ରେସ ନେତା କିଶୋର ସିଂ ନିନା, ଧୃବ ପ୍ରସାଦ ସାହୁ, ସୁରେଶ ଚନ୍ଦ୍ର ଭୋଇ, ଶରତ ଚନ୍ଦ୍ର ଭୋଇ, ଅନିରୁଦ୍ଧ ବିଶ୍ୱାଲ, ଅକ୍ଷୟ ପ୍ରଧାନ, ଗଣ୍ଡାରାମ ପ୍ରଧାନଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.