jayashree

କର୍ଣ୍ଣେଲ ସି. କେ. ନାଇଡୁ ଟ୍ରଫି ଉଦ୍‌ଯାପିତ

  • ବିହାରକୁ ହରାଇ ଓଡିଶା ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଗାନ୍ଧିଷ୍ଟାଡିୟମ ଠାରେ କର୍ଣ୍ଣେଲ ସି. କେ. ନାଇଡୁ ଟ୍ରଫି ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଓ ଓଡିଶା କ୍ରିକେଟ ଆସୋସିଏସନ ମିଳିତ ଆୟୋଜନରେ ଓଡିଶା ଦଳ ବିହାର ଦଳକୁ ହରାଇ ବିଜୟ ହାସଲ କରିଛି । ଉଦ୍ୟାପନି ସମାରୋହରେ ଜିଲ୍ଲା କ୍ରୀଡା ସଂସଦର ସଭାପତି ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଖେଳରେ ସଂସଦର ଉପସଭାପତି ଡକ୍ଟର ପ୍ରହ୍ଲାଦ ଶତପଥି ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀ ସହସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କ୍ରିକେଟ ସମ୍ପାଦକ ଓମ୍‌ ପ୍ରକାଶ ଚାନ୍ଦ ଫୁଟବଲ ସମ୍ପାଦକ ଶରତ କୁମାର ନନ୍ଦ କ୍ରିଡା ସମ୍ପାଦକ ବିଭୁତି ଭୂଷଣ ପଣ୍ଡା, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ଗୌର ପ୍ରଧାନ, ରବିନ୍ଦ୍ର ମିଶ୍ର ମଞ୍ଚାସୀନ ଥିଲେ । କ୍ରିକେଟ କୋଚ ଅରୁଣ କୁମାର ନାଏକ, ବିକ୍ରମ ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଚତୁର୍ଥ ଦିବସର ଖେଳରେ ଓଡିଶା ଦଳ ୬୬ ରନ ବିନିମୟରେ ୨ ୱିକେଟ ହରାଇ ଖେଳ ଆରମ୍ଭ କରିଥିଲେ । ବିଜୟ ହାସଲ ପାଇଁ ଓଡିଶାକୁ ୪୩୮ ରନର ଆବଶ୍ୟକତା ଥିବାବଳେ ଓଡିଶା ଦଳ ଏହି ଲକ୍ଷକୁ ହାସଲ କରି ବିଜୟୀ ହୋଇଥିଲେ । ଓଡିଶା ଦଳ ପକ୍ଷରୁ ସୁଜନ ସିଂ ଅପରାଜିତ ୧୭୯ ରନ କରିଥିଲେ ଏବଂ ଏହି ଦଳର ପାଙ୍କାଲା ଶଶାଙ୍କ ୯୨ ରନ କରିଥିଲେ । ସୁଜନ ସିଂଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ ପ୍ରଦାନ କରାଯାଥିବା ବେଳେ ସମୁଦାୟ ମ୍ୟାଚରେ ୫ ଟି ୱିକେଟ ଅକ୍ତିଆର କରିଥିବା ଓଡିଶା ଦଳର ଓମ୍‌କାର ମହାନ୍ତିଙ୍କୁ ଉଦୀୟମାନ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ମ୍ୟାଚ ରେଫରୀ ଅମ୍ପେୟାର ଏବଂ କୋଚ ମ୍ୟାନେଜର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ କ୍ରୀଡା ସଂସଦର ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.