jayashree

ଗୋହତ୍ୟାକୁ ନେଇ ଥାନାର ଦ୍ୱାରସ୍ଥ ଗ୍ରାମବାସୀ

  • ଗାଈ ହତ୍ୟା କରି ମୁଣ୍ଡ ଫିଙ୍ଗିଲା କିଏ ?

ଦେଓଗାଁ, (ମନୀଷ କୁମାର ସାହୁ) : ଗୁହାଳରେ ବନ୍ଧା ହୋଇଥିବା ଏକ ଗାଈକୁ ହତ୍ୟା କରି ତାର ଗୋଡ଼ ଓ ମୁଣ୍ଡକୁ ଫିଙ୍ଗିଦେଥଛନ୍‌ନ୍ତି । ପରେ ଗାଈ ମାଲିକ ଗାଈକୁ ଚିହ୍ନଟ କରି ଗୋହତ୍ୟା କରାଯାଇଛି ବୋଲି ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ପୁଲିସ ତିନି ଦିନ ତଳେ ଦେଇଥିବା ଅଭିଯୋଗକୁ ଗୁରୁତ୍ୱ ନ ଦେଇ ପୁଣି ଆଉ ଗୋଟିଏ ଅଭିଯୋଗ ଦେବାକୁ କହିବାରୁ ଗାଈ ମାଲିକ ଓ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଗୋ ସୁରକ୍ଷାକୁ ନେଇ ସରକାର ଯୋଜନା କରୁଥିବା ବେଳେ ଦେଓଗାଁ ଥାନା ଅଞ୍ଚଳରେ ଗୋହତ୍ୟା ହେଉଥିବାରୁ ଏହାକୁ ନେଇ ପ୍ରଶ୍ନ ଛିଡା ହୋଇଛି । ମିଳିଥିବା ସୂଚନା ଅନୁସାରେ ଦେଓଗାଁ ଥାନା ରେଙ୍ଗାଲି ଗାଁର ଶମ୍ଭୁ ସୁନା ପାଟଖଣ୍ଡା ଦେବୀଙ୍କ ମନ୍ଦିର ନିକଟରେ ଗାଈକୁ ବାନ୍ଧି ଦେଇ ଘରକୁ ଖାଇବାକୁ ଆସିଥିଲେ କିନ୍ତୁ ସେ ଖାଇକି ଯିବା ପରେ ଗାଈ ବନ୍ଧା ହେବା ସ୍ଥାନରେ ନଥିଲା । ଏନେଇ ଖୋଜା ଖୋଜି କରିବା ପରେ ଫଟାମୁଣ୍ଡା ଗାଁ ନିକଟରେ ଗାଈର ମୁଣ୍ଡ ଓ କଟା ଗୋଡ଼ ପଡ଼ିଥିବାରୁ କେହି ଗାଈ ହତ୍ୟା କରିଥିବାର ସନ୍ଦେହ କରି ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ଗାଈ ହତ୍ୟାକାରୀକୁ ପୁଲିସ ଶୀଘ୍ର ଗିରଫ ନ କଲେ ଏସପି ଅଫିସ ଘେରାଉ କରିବୁ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.