jayashree

ଗଣ୍ତାବାହାଲି ଗ୍ରାମ୍ୟ ମେହେର ସମାଜରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଗ୍ରାମରେ ଗ୍ରାମ୍ୟ ମେହେର ଭୁଲିଆ ସମାଜ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଗ୍ରାମ୍ୟ ସମାଜର ସଭାପତି ପୂର୍ଣ୍ଣଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ମୁଖ୍ୟବକ୍ତା ଓଡ଼ିଆ ଅଧ୍ୟାପକ ବ୍ରଜମୋହନ ମେହେର, ବିଶିଷ୍ଟ ଅତିଥି ବୈଶମ୍ପାୟନ ମେହେର, ସମ୍ମାନିତ ଅତିଥି ସୁରେଶ୍ୱର ମେହେର, ସଂପାଦକ ରଥି ମେହେର ମଞ୍ଚାସୀନ ହୋଇଥିଲେ । ସର୍ବପ୍ରଥମେ ପଞ୍ଚାୟତ ହାଇସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷଣ ହେଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ମହିଲା ମାନଙ୍କୁ ପୁରସ୍କାର ବିତରଣ କରିବା ସହ ଗାଁ ସମାଜସେବୀ, ଶିକ୍ଷାବିତ୍ ପଙ୍କଜ ମେହେର, ରାହାସବିହାରୀ ମେହେର, ତ୍ରିନାଥ ମେହେର ଓ କୃତୀ ଛାତ୍ର ରଜତ କୁମାର ମେହେରଙ୍କୁ ସଂବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସାହିତ୍ୟ ଜଗତର ସ୍ରଷ୍ଟା ଗଙ୍ଗାଧର ଏବଂ ତାଙ୍କ ସାମାଜିକ ସଂଗଠନ ସଂପର୍କରେ ଅତିଥିଗଣ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ଭୁବନେଶ୍ୱର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଗୁପ୍ତେଶ୍ୱର ମେହେର ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.