
ରାଉରକେଲା, (ସସ୍ମିତା ପ୍ରଧାନ) : ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ତଥା ଉତ୍ତରାଞ୍ଚଳର ଉପନିର୍ଦ୍ଦେଶିକା (ସମ୍ବଲପୁର) ଶ୍ରୀମତୀ କଲ୍ୟାଣୀ ଦାଶଙ୍କ ରାଉରକେଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀମତୀ ଦାଶଙ୍କୁ ବଣାଇଁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳୀ ସାହୁ ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀମତୀ ଦାଶ ରାଉରକେଲା କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ର, ରେଜିଷ୍ଟାର, ଫାଇଲ ପତ୍ର ଆଦି ଦେଖିଥିଲେ ଓ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହା ବ୍ୟତୀତ ବଣାଇଁ ସ୍ଥିତ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ମଧ୍ୟ କାର୍ଯ୍ୟ ସମୀକ୍ଷା କରିଥିଲେ । ଶ୍ରୀମତୀ ଦାଶଙ୍କୁ ବଣାଇଁ ଓ ରାଉରକେଲା କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ସେ ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ସେ ରାଉରକେଲା ଓ ବଣାଇଁସ୍ଥିତ ପାଠାଗାରର ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ଏହି ଅବସରରେ ବଣାଇଁ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୁଷ୍ପାଞ୍ଜଳୀ ସାହୁ, କାର୍ଯ୍ୟାଳୟର କର୍ମଚାରୀ ବଦ୍ରିନାଥ ରାଉତ, ଭମା ଅହିର, ସୀତା ପ୍ରଧାନ ଓ ଏଡଓ୍ବିନ ତିର୍କୀ ଉପସ୍ଥିତ ଥିଲେ ।