jayashree

କାଉଡିଆଙ୍କ ସେବାରେ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାରପୁଡୁଗିଆ ଖେଳ ପଡିଆରେ ଦୁଇ ଦିନିଆ ମାଗଣା ସ୍ୱାସ୍ଥ୍ୟ ଶିବିର କାଉଡିଆଙ୍କ ସେବାରେ ଅନୁଷ୍ଠିତ ହୋଇଯାଇଛି । ବାବା ବର୍ଫାନୀ କାଉଡିଆ ସେବା ମଣ୍ଡଳ ଅନୁରୋଧ କ୍ରମେ ଜିଲ୍ଲା ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଚୁଡାପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ତରୁଣ କୁମାର ଭୋଇ ଶିବିରକୁ ଉଦ୍‌ଘାଟନ କରି ପାଖାପାଖି ୧୨ ହଜାରରୁ ଅଧିକ କାଉଡିଆଙ୍କୁ ଦୁଇଦିନ ବ୍ୟାପି ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି । ଏହି ସମୟରେ ଡା. ପ୍ରକାଶ ଦାଶ, ଡା. ଗଜାନନ ପଟେଲ ଏବଂ ଡାକ୍ତରୀ ଦଳରେ ସ୍ୱର୍ଣ୍ଣଲତା ସାହୁ, ଇତିପ୍ରୀୟା ସିଂହ, ଅମ୍ରତାଞ୍ଜଳି ମିଶ୍ର, କୁନି ପଧାନ, ନଳିନୀକାନ୍ତ ଷାଣ୍ଢ, ଦେବାଂଶୁ ରଂଜନ ମିଶ୍ର, ପୂର୍ଣ୍ଣଚନ୍ଦ୍ର କୁଅଁର, ଧରିତ୍ରୀ ଭୋଇ, ନମିତା ସେଠ, ଆଶ୍ରିତା ମେହେର, ପଙ୍କଜିନୀ ପୁଟା, କ୍ଷେତ୍ରମୋହନ ପଟେଲ, ଗୋପାଳ କର୍ଣ୍ଣ, କୈଳାଶ ଚନ୍ଦ୍ର ମେହେର, ରାଜୀବ ଗଡତ୍ୟା, ଘନଶ୍ୟାମ ସୁନା, ଆକାଶ କୁମାର ନାଏକ, ସତ୍ୟବ୍ରତ ଷଡଙ୍ଗୀ, ମହେନ୍ଦ୍ର ବାଗ ପ୍ରମୁଖ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୌମେନ୍ଦ୍ର ପରିଚ୍ଛା, ଆକାଶ ମିଶ୍ର, ଲୋକନାଥ ମିଶ୍ର, ମୁକେଶ ପଟେଲ, ହାଡିବନ୍ଧୁ ତ୍ରିପାଠି, ପାରା ଲିଗାଲ ସ୍ୱେଚ୍ଛାସେବୀ ଜୟକୃଷ୍ଣ ମିଶ୍ର, ସଂଜୟ ଗଡତ୍ୟା, ସନ୍ତୋଷ ଅଗ୍ରୱାଲ, ସଂଜୟ ନାଏକ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.