jayashree

ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକ

  • ଟାଉନବସ୍‌ ଚଳାଚଳ ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ ବୈଠକ ଆଦର୍ଶପଡା ସ୍ଥିତ ଅଫିସରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ସହରରେ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଆଦି ସ୍ଥାନରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଭୀମ ଭୋଇ ମେଡିକାଲ କଲେଜ ହସପିଟାଲ ଆଦି ସ୍ଥାନକୁ ଟାଉନ ବସ୍‌ ଚଳାଚଳ ପାଇଁ ପରିବହନ ବିଭାଗକୁ ଅନୁରୋଧ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ହୋଇପାରିନାହିଁ । ତେଣୁ ଆଉଥରେ ବିଭାଗ ସହ ପତ୍ରାଳାପ କରିବା ପାଇଁ ନିଷ୍ପତ୍ତି ହୋଇଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୨୬ ଅଧ୍ୟାପକ ପଦରୁ ମାତ୍ର ୨୦ଜଣ ଥିବା ଜଣାଯାଇଛି । ପୁନଶ୍ଚ ପି.ଜି. ଏବଂ ରିସର୍ଚ ବିଭାଗରେ କୌଣସି ପ୍ରଫେସର ନାହାନ୍ତି ତେଣୁ ପଢାକାର୍ଯ୍ୟ କିପରି ଚାଲିଛି ଜାଣିବା ପାଇଁ ତଥା ତାର ପ୍ରତିକାର କରିବା ପାଇଁ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ସଦସ୍ୟ ଶରତ ମହାକୁର ଓ ମହେନ୍ଦ୍ର ଦର୍ଜି କୁଳପତିଙ୍କୁ ସାକ୍ଷାତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଆୟୁର୍ବେଦ ଫର୍ମାସୀର ଔଷଧ ତିଆରି. ଶାରଦେଶ୍ୱରୀ ସରକାରୀ ଆୟୁର୍ବେଦିକ ଡାକ୍ତରଖାନାରେ ରୋଗୀ ସେବା, ଜିଲ୍ଲାର ଆୟୁର୍ବେଦିକ ଡିସପେନସେରି ଆଦିରେ ବ୍ୟାଘାତ ସୃଷ୍ଟି ହେଉଥିବାର ଆଲୋଚନା ହୋଇଥିଲା । ସତ୍ୟାସତ୍ୟ ତଥା ନିରାକରଣ ପାଇଁ ଡା. ପ୍ରମୋଦ କୁମାର ମିଶ୍ରଙ୍କ ନେତୃତ୍ୱରେ କୋଷଧ୍ୟକ୍ଷ ତ୍ରିନାଥ ସାହୁ ଏବଂ ଗୋପବନ୍ଧୁ ପୁରୋହିତଙ୍କୁ ଉକ୍ତ ସରକାରୀ ଅନୁଷ୍ଠାନ ମାନଙ୍କୁ ଯାଇ କର୍ତ୍ତୃପକ୍ଷଙ୍କ ଠାରେ ଅଲୋଚନା କରିବା ପାଇଁ ଅନୁରୋଧ କରାଯାଇଛି । ଶେଷରେ ସହ-ସଂପାଦକ ସୁନିଲ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.