
ରାଉରକେଲା, (କେପିଏନ୍ଏସ୍) : ସରକାରୀ କାର୍ଯ୍ୟ ହେତୁ ଭୁବନେଶ୍ୱରରେ ଥିବା ବେଳେ ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କୀ ନିଜ ସରକାରୀ ବାସଭବନ ପରିସରରେ ଥିବା ଗଛକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପର୍ବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଯୁବନେତା ସୋମନାଥ ରାହା, ବିଧାୟକ ଆଇନ ପରାମର୍ଶଦାତା ଏମଡି ଆଜାଜ ଆଲାମ, ଛାତ୍ର ନେତା ଏମଡି ସାକିବ ରଜା ଉପସ୍ଥିତ ଥିଲେ । ପ୍ରକୃତିର ସୁରକ୍ଷା ହିଁ ଆମର ସଂକଳ୍ପ ।