
ରାଉରକେଲା, (କେପିଏନ୍ଏସ୍) : ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କିଙ୍କୁ ନୂତନ ଦାୟିତ୍ୱ ସଂଖ୍ୟାଲଘୁ ସେଲ୍ରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ମିଳିବା ପରେ ବିଜୁ ଜନତା ଦଳ, ବିଶ୍ରା ବ୍ଲକ ତରଫରୁ ରାଉରକେଲା ସେକ୍ଟର ୮ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବନେତା ସୋମନାଥ ରାହା, ବିକ୍ରମ ସିଂ, ତାରିକ ଆଜିଜ, ଏମଡି ରାଜ଼ା, ଅଜୟ ଏବଂ ବିଶ୍ରା ବ୍ଲକର ସମସ୍ତ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।