
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ପର୍କ-ସହଯୋଗ ଓ ସହଭାଗୀତାକୁ ଆଧାର କରି ଭାରତୀୟ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମତିଥି ତଥା ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗିତା ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଚଳିତ ମାସ ୨୯ ତାରିଖ ଶନିବାର ଦିନ ଅପରାହ୍ନ ୨.୩୦ ମିନଟ୍ ସମୟରେ ଆୟୋଜିତ ହେବ । ଏହି ପ୍ରତିଯୋଗିତାରେ ପ୍ରଶାସନ, ଜନପ୍ରତିନିଧି ଗଣମାଧ୍ୟମ, ବେସରକାରୀ ସଂଗଠନ ଓ ଅଞ୍ଚଳର ବରିଷ୍ଠ ଫୁଟବଲ ଦଳ ଅଂଶଗ୍ରହଣ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ନିମନ୍ତ୍ରିତ ଦଳ ଗୁଡ଼ିକ ନିଜ ବ୍ୟବସ୍ଥାରେ ଫୁଟ୍ବଲ୍ ଗଣବେଶରେ ପ୍ରସ୍ତୁତ ହୋଇ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ କୁହାଯାଇଛି । ଏଣୁ ଚଳିତ ବର୍ଷର ଜାତୀୟ କ୍ରୀଡ଼ାଦିବସ ପାଳନକୁ ସ୍ମରଣୀୟ କରି ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିବା ପାଇଁ ଅନୁରୋଧ କରାଯାଇଛି ।