ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ସମାପନ : ମନ୍ଦିର ପ୍ରତିଷ୍ଠା ୧୯ରେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଗାଁରେ ନିର୍ମାଣ ହୋଇଥିବା ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ପାଇଁ ମଙ୍ଗଳବାର ଦିନ ଗାଁର ଉପରପଡ଼ାର ଭଙ୍ଗାମୁଡ଼ା ଠାରୁ କଳସ ଶୋଭାଯାତ୍ରାରେ ନେଇ ସ୍ଥାପନ କରି ସମାପନ ହୋଇଯାଇଛି । ବୁଧବାର ଦିନ କର୍ମାରମ୍ଭ, ଶୁକ୍ରବାର ଦିନ ସକାଳ ୭ଟାରୁ ମନ୍ଦିର ପ୍ରତିଷ୍ଠା ହେବା ସହ ଦିନ ୧ଟାରେ ବିଗ୍ରହ ଓ ଅପରାହ୍ନରେ ପୂର୍ଣ୍ଣାହୁତି ହେବ। ବୁଧବାରରୁ ଶୁକ୍ରବାର ପର୍ୟ୍ୟନ୍ତ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ପ୍ରତିଦିନ ଗୋପଳିଲା ପାରାୟଣ ହେବା ନେଇ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.