ବଲାଙ୍ଗିର, (କେପିଏନ୍ଏସ୍) : ବାଲାଙ୍ଗିରର ବିକ୍ରମ ଛକ (ଜଗନ୍ନାଥଙ୍କ ଅବତାର ସ୍ଥାନ) ଠାରେ ‘ଉତ୍କଳ ମହିଳା ବିକାଶ ପରିଷଦ’ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ କଳକୀ ଅବତାର ଅବସରରେ ଏକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ୫ଟା ରୁ ୭ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନଙ୍କୁ ବୁନ୍ଦି, ସେଉ ଏବଂ ନଡ଼ିଆ ପ୍ରସାଦ ରୂପେ ବଣ୍ଟନ କରାଯାଇଥିଲା । ପ୍ରସାଦ ପାଇ ଶ୍ରଦ୍ଧାଳୁମାନେ ବେଶ୍ ଖୁସି ଅନୁଭବ କରିଥିଲେ । ଏହି ସମାଜସେବା କାର୍ଯ୍ୟକ୍ରମଟି ପରିଷଦର ସଭାପତି ଶ୍ରୀମତୀ ସଂଯୁକ୍ତା ମିଶ୍ରଙ୍କ ତତ୍ତ୍ୱାବଧାନରେ ସଫଳ ଭାବେ ସମ୍ପନ୍ନ ହୋଇଥିଲା । ଏଥିରେ ପରିଷଦର ସମସ୍ତ ସଦସ୍ୟା ଯଥା— ନିହାରିକା ମିଶ୍ର, ସବିତା ରାଣୀ ମିଶ୍ର, ରଞ୍ଜିତା ମିଶ୍ର, ସୁଜାତା ନନ୍ଦ, ନିରୁପମା ମିଶ୍ର, କାମିନୀ ମେହେର, ଦେବସ୍ମିତା ତ୍ରିପାଠୀ, ସସ୍ମିତା ମେହେର, ପ୍ରତିମା ହୋତା, ଆରତୀ ଗୁରୁ ଏବଂ ରାଜଶ୍ରୀ ତ୍ରିପାଠୀ ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ଏଭଳି ନିଃସ୍ୱାର୍ଥପର ସେବା ମାଧ୍ୟମରେ ମହିଳାମାନଙ୍କ ଶକ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ ବୋଲି ଆୟୋଜକମାନେ ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ସମସ୍ତ ସଦସ୍ୟାମାନେ ମିଶି ସ୍ଥାନୀୟ ଅଞ୍ଚଳକୁ ସଫାସୁତୁରା କରି ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି କାର୍ଯ୍ୟକ୍ରମର ଅନ୍ତେ କାମନା କରାଯାଇଥିଲା ।
