ନୃସିଂହନାଥ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ସହ ବୃକ୍ଷରୋପଣ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଏସ୍‌ଏସ୍‌ଡି ହାଇସ୍କୁଲ ପରିସରରେ ବୁଧବାର ନୂତନ ଛାତ୍ରୀଛାତ୍ରଙ୍କ ପ୍ରବେଶ ଉତ୍ସବ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଷଷ୍ଠ ଶ୍ରେଣୀର ୮୮ ଜଣ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ପୁସ୍ତକ ବଣ୍ଟନ କରି କରତାଳି ସହ ହୁଳହୁଳି ଦେଇ ଏକ ଶାନ୍ତ ପରିବେଶରେ ସ୍ୱାଗତ କରି ଛାତ୍ରଛାତ୍ରୀଙ୍କୁ ମିଟିଙ୍ଗ ହଲ୍‌କୁ ସ୍ୱାଗତ କରାଯାଇଥିଲା । ଏନେଇ ଅନୁଷ୍ଠିତ ସଭାରେ ସଭାପତି ଭାବେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପ୍ରଧାନ, ମୁଖ୍ୟ ଅତିଥି ସାମାଜିକ କର୍ମୀ ବଡ ଶତପଥୀ, ମୁଖ୍ୟବକ୍ତା ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ, ସମ୍ମାନିତ ଅତିଥି ଭାବେ ପାଇକମାଲ ପଂଚାୟତ ସରପଞ୍ଚ ତୁଳାବତୀ ତାଣ୍ଡି, ଏବିଇଓ ବିଶିକେଶନ ଶତପଥି, ଅଶ୍ୱିନୀ କୁମାର ସାହୁ ପ୍ରମୁଖ ଅତିଥିମାନେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମନଦେଇ ପାଠପଢି ନିଜକୁ ଗୋଟିଏ ଭଲ ମଣିଷ ହୋଇ ସମାଜରେ ପ୍ରତିଷ୍ଠା ଲାଭ କରିବା ପାଇ ଦିଗଦର୍ଶନ ଦେଇଥିଲେ । ସଭା ଆରମ୍ଭରୁ ଅତିଥିମାନେ ଭଗବାନ ନୃସିଂହ ମହାପ୍ରଭୁଙ୍କୁ ପୂଜା ଅର୍ଚ୍ଚନା କରି ଫୁଲ ଚନ୍ଦନ ପ୍ରଦାନ କରିଥିଲେ । ମଂଚାସୀନ ଅତିଥିମାନଙ୍କୁ ଫୁଲତୋଡ଼ା ଦେଇ ଛାତ୍ରୀମାନେ ସ୍ୱାଗତ କରିଥିଲେ । ସମସ୍ତ ନୂତନ ପରିଚାଳନା କମିଟିର ସଭ୍ୟସଭ୍ୟା ମାନଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା । କମିଟିର ନୂତନ ସଭାପତି ପ୍ରତିମା କର୍ଣ୍ଣଙ୍କୁ ମଧ୍ୟ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା । ଅତିଥି ପରିଚୟ ତଥା ସଭା ପରିଚାଳନା ଶିକ୍ଷକ ବିଜୟ ଶଙ୍କର ଦେହୁରୀ କରିଥିଲେ । ନୂତନ ଭାବେ ଖେଳ ଶିକ୍ଷକ ଚୈତନ୍ୟ ଭୋଇ ଯୋଗଦେଇଥିବାରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ଓ ଖେଳ ଶିକ୍ଷକ ପ୍ରିତମ ପଣ୍ଡାଙ୍କ ଅନ୍ୟତ୍ର ଟ୍ରାନ୍ସଫର ହୋଇ ଥିବାରୁ ତାଙ୍କୁ ବିଦାୟ ମଧ୍ୟ ଦିଆଯାଇଥିଲା । ଶେଷରେ ସମସ୍ତଙ୍କୁ ଶିକ୍ଷକ ଆଶୁତୋଷ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଦିନସାରା ଝିପି ଝିପି ବର୍ଷା ଲାଗି ରହିଥଲେ ମଧ୍ୟ ସ୍କୁଲ ପରିସରରେ ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା ।

Leave A Reply

Your email address will not be published.