ନିଟସନ ମଡେଲିଙ୍ଗ ଏକାଡେମୀର ଉଦଘାଟନ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ବିଏଲ ବ୍ଲକ୍ ଠାରେ ନିଟସନ ମଡେଲିଙ୍ଗ ଏକାଡେମୀର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏକାଡେମୀର ମୁଖ୍ୟ ନିତାଞ୍ଜଳୀ ପରିଡା ଓ ସୋନୁ ମୁଖାର୍ଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଜିତେନ୍ଦ୍ର ପ୍ରସାଦ, ସୁଷମା ପ୍ରସାଦ, ମଡେଲ ସବିତା ପରିଡା, ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ଏକାଡେମୀ ଠାରେ ବିଭିନ୍ନ ମଡେଲିଙ୍ଗ ଉପରେ ଶିକ୍ଷା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ନେହଲତା ଗନ୍ତାଘରିଆ, ମାୟା ବିଷ୍ଟ, ବିଶ୍ୱପ୍ରିୟା ସ୍ୱାଇଁ, ରଶ୍ମିତା ବକ୍ସି, ପୁଷ୍ପଲତା ସ୍ୱାଇଁ, ସୁରଙ୍ଗିନୀ ପଣ୍ଡା, ସୁଚରିତା ପଣ୍ଡା, ନମିତା ରାଉତ, ରାଜେଶ୍ୱରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.