ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରଥଯାତ୍ରା ଉପଲକ୍ଷେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆମ୍ବାଗାନ ନିକଟସ୍ଥ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ରାଉରକେଲା ଯାଦବ ଉନ୍ନୟନ ସମିତି ତରଫରୁ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଚାଲୁରହିଛି । ଶ୍ରୀଗୁଣ୍ଡିଚା ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ପ୍ରତ୍ୟେହ ମଧ୍ୟାହ୍ନରେ ପ୍ରସାଦ ଓ ରାତିରେ ଖିରି ବିତରଣ କରାଯାଉଛି । ଏହି କାର୍ଯ୍ୟକ୍ରମ ୮ ଦିନ ଧରି ଚାଲିବ ବୋଲି ମନ୍ଦିରର ସଭାପତି ହରିହର ବେହେରା ସୂଚନା ଦେଇଛନ୍ତି । ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଅତିଥି ଭାବେ ଯୋଗଦେଇ ପ୍ରସାଦ ବିତରଣ କରିବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନକୁ ସାଧୁବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରବିନ୍ଦ୍ର ପାଣ୍ଡବ, ରାଧେନ୍ଦ୍ର ତିୱ।ରୀ, ଗୁରୁଚରଣ ଦାସ, ଅବକାଶ ବେହେରା, ପ୍ରକାଶ ସାହୁ, ବି ବି ତ୍ରିପାଠୀ, ଅମିତ ଚୌଧୁରୀ, ଦେବସ୍ମିତା ବେହେରା, ସର୍ବେଶ୍ଵର ଦାସ, ବିଷ୍ଣୁଚରଣ ବେହେରା, ଜ୍ଞାନରଞ୍ଜନ ଦାସ, କୈଳାଶ ମାହାଳି, ଶ୍ରଦ୍ଧା ଷଡ଼ଙ୍ଗୀ, କୈବଲ୍ୟ ସାହାଣୀ, ମନୋଜ ପଟ୍ଟନାୟକ, ଦିବାକର ଜେନା, ନାଭି ନାୟକ, ବିନୋଦ କୁମାର ପଣ୍ଡା, ଶାନ୍ତିଲତା ବେହେରା, କନକଲତା ଜେନା, ଯୁବଜାନୀ ବେଜ, ସଚ୍ଚିକାନ୍ତ ମଲ୍ଲିକ, ବାବି ମହାନ୍ତି, ଗୀତାଞ୍ଜଳି ଭଞ୍ଜ, ପ୍ରଫୁଲ୍ଲ ଦାସ, ସଞ୍ଜୀବ ବସ୍ତିଆ, ଦିନେଶ ଦାସ, ବିକାଶ ରାଉତରାୟ, କେ ସି ନାୟକ, ବୈକୁଣ୍ଠ ନନା, ଅଶୋକ ପଣ୍ଡା, ରତିକାନ୍ତ ମଲ୍ଲିକ, ଶୁଭକାନ୍ତ ବୋଇତି, ପ୍ରଦୀପ ମହାନ୍ତି, ରାଧେ ରାଧେ ଓ ପୁଲିସ ଭାଇମାନେ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି ।
Next Post
