
ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କବି ତଥା ସାମ୍ବାଦିକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ବାଲିଯୋଡି ଛକ ନିକଟସ୍ଥ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ଆବାହକ ଅରୁଣ କୁମାର ପରିଡ଼ାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଡାକ୍ତର ଫକୀର ଚରଣ ହୋତା, ଆଇଡ଼ିଏଲ କାରଖାନାର ମାନବ ସମ୍ଭଳ ବିକାଶ ବିଭାଗର ମୁଖ୍ୟ ରଞ୍ଜନ ମହାନ୍ତି, ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କର ମହାପ୍ରବନ୍ଧକ ଚନ୍ଦନ କର, ରାଜ୍ୟକର୍ମଚାରୀ ବୀମା ପ୍ରାକ୍ତନ ଅଧିକାରୀ ଡାକ୍ତର ବିଷ୍ନୁପ୍ରିୟା ଦେଇ, ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ପି. ପି. ରାୟ, ଯଥାକ୍ରମେ ଉଦଘାଟକ ମୁଖ୍ୟଅତିଥିତ, ମୁଖ୍ୟବକ୍ତା ସମ୍ମାନିତ ଅତିଥି ଓ ବକ୍ତା ଭାବେ ଯୋଗଦେଇ ଉତ୍କଳମଣିଙ୍କ ସ୍ୱାଧୀନତା ସଂଗ୍ରାମ, ସମାଜସେବା, କବି, ସଂସ୍କାରକ ସାମ୍ବାଦିକତା ଓ ନବ ଓଡିଶା ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପଣ୍ଡିତ ଗୋପବନ୍ଧୁଙ୍କର ଅସିମ ତ୍ୟାଗ ନିସ୍ଵାର୍ଥପର ସେବା ଓ ଜନହିତକର କାର୍ଯ୍ୟାବଳୀ ଯୁଗେ ଯୁଗେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ଓ ଏହି ମହାପୁରୁଷଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ଆଜିର ଯୁବ ଛାତ୍ର ସମାଜକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଜୀବନୀ, କର୍ମ ଓ ସଂସ୍କାର ଓଡ଼ିଆ ଜାତିପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଅତିଥିମାନେ କହିଥିଲେ । ବରିଷ୍ଟ ସଭ୍ୟ ସନାତନ ସାହୁ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର କୁମାର ସାହୁ, କବି ଶ୍ରୀନାଥ ନାୟକ, ସୁନିତା ପରିଡା, ଭଗବାନ ସାହୁ, ବିପିନ କୁମାର ସିହ୍ନା, ବିପିନ ବିହାରୀ ରାଉତରାୟ ଗୁରୁ ଅଲେଖ ଚନ୍ଦ୍ର ସାହାଣୀ, ନରହରି ଦାସ, ଅନ୍ତର୍ଯ୍ୟାମୀ ବେଉରିଆ, କୈଳାଶ ଚନ୍ଦ୍ର ମଲ୍ଲିକ, ବାସୁଦେବ ସାହୁ, ପରମାନନ୍ଦ ବେହେରା, ରାମଚନ୍ଦ୍ର ସାମଲ, ବାମଦେବ ପଣ୍ଡା, ଶଶଦେବ ସାହୁ, ବାଦଲ ପଣ୍ଡା, ଗୋପାଳ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ଟୁଲୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସମାଜସେବୀ ଶିକ୍ଷାବିତ ଓ ସ୍ଥାନୀୟ ଅଂଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।