ଗନ୍ଧର୍ଲାରେ ବିଜେଡିର ସାଂଗଠନିକ ବୈଠକ

csstore

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧର୍ଲା ସାପ୍ତାହିକ ବଜାର ପରିସରରେ ବିଜୁ ଜନତା ଦଳର ଯୁବନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ସିନ୍ଧେକେଲା ଜିଲ୍ଲା ପରିଷଦ ଜୋନ୍ ନଂ ୨୧ର ସକ୍ରିୟ ବିଜୁ ଜନତା ଦଳ ସକ୍ରିୟ ସଦସ୍ୟ ଓ ବିଏଲ.ଏଙ୍କୁ ନେଇ ଏସ.ଆଇ.ଆର୍ ଏବଂ ସୋସିଆଲ ମିଡିଆ ଉପରେ ଏକ ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେଡି ଭବାନୀ ପ୍ରସାଦ ହୋତା ଯୋଗ ଦେଖିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡ଼ି ନେତ୍ରୀ ନିରୁପମା ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝି, ବିଜେଡ଼ି ନେତା ହଂସରାଜ ଜୈନ, ଉଦ୍ଧବ ବେହେରା, ଆଶାଦୁଲା ଖାଁ, ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ଦେବାର ବାରିକ, ବିଜେଡ଼ି ନେତ୍ରୀ ପିଙ୍କି ଖର୍ସେଲଙ୍କ ସହ ଅନ୍ୟ ଦଳୀୟ ନେତାମାନେ ମଞ୍ଚାସୀନ ଥିଲେ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୨୦ ହଜାରରୁ ଅଧିକ ଭୋଟର ନାଁ ଏସ୍‌.ଆଇ.ଆର୍‌ ତାଲିକାକୁ କଟିଥିବା ବେଳେ ତାହା ଠିକ୍ ଅଛି ନାଁ ଭୁଲ୍ ଅଛି ତାର ତଦନ୍ତ କରିବା ସହ ଆଉ କିଛି ମାସ ପରେ ପଞ୍ଚାୟତ ନିର୍ବାଚନ ଅଛି ସେଥିରେ ବିଜେଡ଼ିର ସମର୍ଥିତ ପ୍ରାର୍ଥୀ କେମିତି ବିଜୟ ଲାଭ କରିବେ ସେହି ଦିଗରେ ତୃଣମୂଳ ସ୍ତରରେ କାମ କରିବା ସାଂଗେ ଆଗାମୀ ଦିନରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ପଦବୀ ବିଜୁ ଜନତା ଦଳ ଦଖଲକୁ ଆସିବ ସେଥି ପାଇଁ କାମ କରିବାକୁ ଶ୍ରୀ ମାଝି ଦଳୀୟ ନେତାଙ୍କୁ ଆହ୍ୱାନ କରିଥିଲେ । ଏହି ବୈଠକରେ ସିନ୍ଧେକେଲା ଅଞ୍ଚଳର ବିଭିନ୍ନ ପଞ୍ଚାୟତ ସହ ସହ ବିଜେଡି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.