ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ତଥା ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ. ରଘୁନାଥ ଜଗଦଲା ଓ ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ ଯୋଗଦେଇ ସମାଜର ବିକାଶ ଏବଂ ଗଣତନ୍ତ୍ରର ସୁରକ୍ଷା ରକ୍ଷା କରିବାରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଓଡ଼ିଶା ଭେଷଜ ବିଶ୍ୱ ବିଦ୍ୟାଳୟର ଭାଇସ ଚାନ୍ସେଲର ଡଃ. ଦତ୍ତେଶ୍ୱର ହୋତା ଯୋଗ ଦେଇଥିଲେ ।ପ୍ରଶାସନ ପହଞ୍ଚି ପାରୁ ନଥିବା ଅଞ୍ଚଳର ସମସ୍ୟା ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶାସନ ଓ ସରକାରଙ୍କ ଆଗରେ ଉପସ୍ଥାପନ କରିଥାନ୍ତି । ଏହା ଫଳରେ ପ୍ରଶାସନ ସରକାର ଜନସାଧାରଣଙ୍କ ଆବଶ୍ୟକତା ପ୍ରତି ଯତ୍ନବାନ ହେବା ସହିତ ଆବଶ୍ୟକ ପଦକ୍ଷେପ ନେଇଥାନ୍ତି ବୋଲି ମତପ୍ରକାଶ ପାଇଥିଲା । ଓଡ଼ିଶା ସାମ୍ବାଦିକ ସଂଘ ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ, ରାଜ୍ୟ ସଂପାଦକ ଦୁର୍ଯ୍ୟୋଧନ ମହାରଣା ଯୋଗଦେଇ ସୁବର୍ଣ୍ଣପୁର ଟିମ୍ଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ବିଶେଷ ସଫଳତା ପାଇଥିବା ସୂଚନାଦେଇ ଥିଲେ । ଏବଂ ଏଥିରେ ରାଜ୍ୟ ସଂଘର ଉପସଭାପତି ଦୀପକ ନାୟକ, ଶୁଶାନ୍ତ ମହାପାତ୍ର, ରମଣୀ ରଞ୍ଜନ ଦାସ, ରାକେଶ ଗୁପ୍ତା, ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ପଶ୍ଚିମ ଓଡ଼ିଶା ପ୍ରାନ୍ତୀୟ ସମ୍ପାଦକ ରମାକାନ୍ତ ବିଶ୍ୱାଳଙ୍କ ସହ ବିଭିନ୍ନ ଜିଲ୍ଲାରୁ ସଭାପତି, ସମ୍ପାଦକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ । ଦ୍ଵିତୀୟ ଅଧିବେଶନରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ଓଡ଼ିଶା ସାମ୍ବାଦିକ ସଂଘର କର୍ମକର୍ତ୍ତା ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରି ସଂଘର ସାଂଗଠନିକ ଉପରେ ମତ ରଖିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତୃତୀୟ ଅଧିବେଶନରେ ଆୟୋଜନ ହୋଇଥିବା ଏକ ସେମିନାର ସାମ୍ବାଦିକଙ୍କ ସୁରକ୍ଷା, ସ୍ଵାଧୀନତା ଓ ଅଧିକାର ଶୀର୍ଷକ ଆୟୋଜନ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ବକ୍ତା ଭାବରେ ବିଇଓ ଲକ୍ଷ୍ମଣ ପଣ୍ଡା, ବୌଦ୍ଧର ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ବେଳାରେ ଗଣମାଧ୍ୟମର ଭୂମିକା ଓ ସାମ୍ବାଦିକଙ୍କ ସୁରକ୍ଷା ସ୍ଵାଧୀନତା ଓ ଅଧିକାର ସଂପର୍କରେ ବହୁ ସାର୍ ଗର୍ଭକ ମତ ରଖିଥିଲେ । ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ଏହି ସମସ୍ତ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ଜିଲ୍ଲା ସଂପାଦକ ମହାଦେବ ମଲ୍ଲିକ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ରାଜ୍ୟ ସଂପାଦକ ରାଜକିଶୋର ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।
Prev Post
