jayashree

ଆସନ୍ତା ୧୧ରେ ଅଭିଯାନ ଅନୁଷ୍ଠାନର ରଜ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂଆ ଭାବେ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଅଭିଯାନର ରଜ ମହୋତ୍ସବ ଆସନ୍ତା ଜୁନ ମାସ ୧୧ ତାରିଖ ଦିନ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସେକ୍ଟର ୬ ସ୍ଥିତ ବସ୍ତିଆ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ଆବାହକ ମୁକ୍ତିକାନ୍ତ ବେହେରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଆସନ୍ତା ୧୧ ତାରିଖରେ ସିଭିକ୍ ସେଣ୍ଟର୍ ଠାରେ ହେବାକୁ ଥିବା ରଜମହୋତ୍ସବ କାର୍ଯ୍ୟକ୍ରମ ପାଇଁ ଆସନ୍ତା ୭ ତାରିଖ ଦିନ ସେକ୍ଟର ୧୫ କମ୍ୟୁନିଟି ସେଣ୍ଟର୍ ଠାରେ ଚିତ୍ରାଙ୍କନ ପ୍ରତିଯୋଗିତା ହେବ । ସେହିପରି ୧୧ ତାରିଖ ଦିନ ସିଭିକ ସେଣ୍ଟର ଠାରେ ସନ୍ଧ୍ୟା ସାଢ଼େ ୫ ଟାରେ ମୁଖ୍ୟ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଅଳତା ପ୍ରତିଯୋଗିତା, ପୋଡ଼ପିଠା, ପାନଭଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆବାହକ ଶ୍ରୀ ବେହେରାଙ୍କ ବ୍ୟତୀତ ସହ ଆବାହକ ମୈତ୍ରୀ ମଞ୍ଜୁଶ୍ରୀ ପାଢ଼ୀ, ଲୁସି ଦାଶ, ସମ୍ପାଦକ ଅମ୍ରିତା ନିଲମ, ସଭାପତି ଦିପିକା ମହାନ୍ତି, କାର୍ଯ୍ୟକାରୀ ସଭାପତି କଳ୍ପନା ଭଞ୍ଜ, ରୁନି ଶତପଥୀ, ସୁମିତ୍ରା ସ୍ୱାଇଁ, ରଜନୀ ନାୟକ, ସୁପ୍ରଭା ବେହୁରିଆ, ଦେବେନ୍ଦ୍ର ପଲେଇ ପ୍ରମୁଖ ଉପସ୍ଥିତ ରହି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.