
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗମ୍ଭାରୀଗୁଡ଼ା କ୍ଲଷ୍ଟରର ବରଗାଁ ସାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ହଂସ ଦୀର୍ଘ ୪୦ ବର୍ଷ କାଳ ଶିକ୍ଷକତା କଳା ପରେ ଆଜି ସେ ତାଙ୍କ ଶିକ୍ଷକ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଉକ୍ତ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବରେ ବରଗାଁ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଲୋଚନ ଚିନ୍ଦା, ସମ୍ମାନିତ ଅତିଥି ଭାବରେ ଗମ୍ଭାରୀଗୁଡ଼ା କ୍ଲଷ୍ଟର ସି.ଆର୍.ସି.ସି. ଯଜ୍ଞେଶ୍ୱର ମେହେର, ବରଗାଁର ଅବସର ପ୍ରାପ୍ତ ଶିକ୍ଷକ ବ୍ରଜ ମୋହନ ସା, ବିଦ୍ୟାଳୟର ସଭାପତି ଖମନ୍ ଲାଲ ସା ଏବଂ ଗ୍ରାମର ବୁଦ୍ଧିଜୀବୀ, ଜ୍ଞାନୀଗୁଣୀ ତଥା ପିତାମାତା ଅଭିଭାବକ ଉପସ୍ଥିତ ଥିଲେ । ଏଥିରେ ସଭା ପରିଚାଳନା କରିଥିଲେ ସହ ଶିକ୍ଷକ ନରେଶ କୁମାର ସା ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ସହ ଶିକ୍ଷକ ଶ୍ରୀଯୁକ୍ତ ରୁପସିଂ ଭୋଇ ।