
ଅଖିଳ ଭାରତୀୟ କୃଷକ ସଭାର ପଶ୍ଚିମ ଓଡ଼ିଶା ସ୍ତରୀୟ କପାଚାଷୀ ଓ ସାଧାରଣ ଚାଷୀ ମାନଙ୍କ କର୍ମଶାଳା ଅନୁଷ୍ଠିତ : ଯୋଗଦେଲେ କେନ୍ଦ୍ରୀୟ ନେତା ରାଜନ କ୍ଷୀର ସାଗର
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଖିଳ ଭାରତୀୟ କୃଷକ ସଭା ପଶ୍ଚିମ ଓଡ଼ିଶା ରାଜ୍ୟ କମିଟିର ଆବାହକତ୍ୱରେ ରବିବାର ସକାଳେ ବଲାଙ୍ଗିରର ଟିଟିଲାଗଡ ସ୍ଥିତ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଅଖିଳ ଭାରତ କୃଷକ ସଭାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଏଆଇକେଏସ୍ର ଜାତୀୟ ସଭାପତି କମ୍ରେଡ୍ ରାଜନ କ୍ଷୀରସାଗର, ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂହଦେଓ, ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଦାମୋଦର ବେହେରା, କଳାହାଣ୍ଡି ଜିଲ୍ଲା ସମ୍ପାଦକ ଜଗଦୀଶ ଦୁର୍ଗା, ବଲାଙ୍ଗିର ଜିଲ୍ଲାର ସଭାନେତ୍ରୀ କୁମାରୀ ଭୋଇ, ସମ୍ପାଦକ ଗୋପାଲ ସେଠ, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଯୁବ ନେତା ପାଣ୍ଡବ ଭୋଇ, ଜିଲ୍ଲାର ବରିଷ୍ଠ କୃଷକ ନେତା ଦୀନବନ୍ଧୁ ସାହୁ, ପ୍ରେମ ବାଗ, ବଲାଙ୍ଗିର ଜିଲ୍ଲା ସିପିଆଇ ସମ୍ପାଦକ ଜଳଞ୍ଜୟ ରଣା, ମାଲକାନଗିରି ଜିଲ୍ଲାର ବରିଷ୍ଠ କୃଷକ ନେତା ହଳଧର ପୂଝାରୀ, କଳାହାଣ୍ଡି ଜିଲ୍ଲାର ସିପିଆଇ ସମ୍ପାଦକ ଜଗଦୀଶ ଦୁର୍ଗା, ଝାରସୁଗୁଡ଼ା ଜିଲ୍ଲା ସମ୍ପାଦକ ସାରଙ୍ଗଧର ମିଶ୍ର, ଗୋପାଲ ଭୋଇ ପ୍ରମୁଖ ଯୋଗ ଦେଇ କୃଷି ଓ କୃଷକ ସମସ୍ୟା ନେଇ ଆଲୋଚନା କରିଥିଲେ । ଏହି ଅବସରରେ ଏଆଇକେଏସ୍ର ସଭାପତି ରାଜନ କ୍ଷୀର ସାଗର ଦେଶର ସାମ୍ପ୍ରତିକ କୃଷି ଓ କୃଷକଙ୍କ ସହ କପା ଚାଷୀଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତି ଶୋଷଣ ନୀତି ବିରୋଧରେ ଆଗାମୀ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ଦେଶବ୍ୟାପୀ ଜେଲ ଭରୋ ଆନ୍ଦୋଳନର ଆହ୍ୱାନ ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ସହ ପଶ୍ଚିମ ଓଡ଼ିଶା କପା ଚାଷୀ ସଂଗଠିତ ହୋଇ ଆଇନଗତ ଅଧିକାର ହାସଲ କରିବା ପାଇଁ ପୁନର୍ବାର ଆନ୍ଦୋଳନ ଚଳାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ରାଜ୍ୟ ସଭାପତି ଶଶି ଭୂଷଣ ସ୍ୱାଇଁ, ରାଜ୍ୟ ସାଧାରଣ ସଂପାଦକ କ୍ଷୀରୋଦ ସିଂ ଭୋଇ, ବରଗଡ଼ ଜିଲ୍ଲା ସଭାପତି ପବିତ୍ର ଦିଶ୍ରି, ସବ୍ୟସାଚୀ ମିଶ୍ର, ମମତା ମିଶ୍ର, ପ୍ରମୋଦ ସିଂଦେଓ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଚାଷୀ ଓ ଚାଷୀ ନେତାମାନେ ଆସି ଯୋଗ ଦେଇଥିଲେ ।